ଶିକ୍ଷକଙ୍କ ପରିବାରକୁ ହତ୍ୟା କରିଥିବା ଅଭିଯୁକ୍ତର ହ୍ବାଟସଆପ ଷ୍ଟାଟସ ଭାଇରାଲ

Advertisment

ଶିକ୍ଷକଙ୍କ ପରିବାରକୁ ହତ୍ୟା କରିଥିବା ଚନ୍ଦନ ବର୍ମାର ଭାଇରାଲ ହ୍ବାଟସଆପ ଷ୍ଟାର୍ଟସରେ ଲେଖାହୋଇଛି, ‘ଖୁବଶୀଘ୍ର ୫ଜଣ ମରିବାକୁ ଯାଉଛନ୍ତି। ଏହା ମୁଁ ଆପଣମାନଙ୍କୁ କରି ଦେଖାଇବି।’

ଶିକ୍ଷକଙ୍କ ପରିବାରକୁ ହତ୍ୟା କରିଥିବା ଚନ୍ଦନ ବର୍ମାର ଭାଇରାଲ ହ୍ବାଟସଆପ ଷ୍ଟାର୍ଟସରେ ଲେଖାହୋଇଛି, ‘ଖୁବଶୀଘ୍ର ୫ଜଣ ମରିବାକୁ ଯାଉଛନ୍ତି। ଏହା ମୁଁ ଆପଣମାନଙ୍କୁ କରି ଦେଖାଇବି।’

ନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଥିର ଶିବରତନଗଞ୍ଜ ଅଞ୍ଚଳରେ ଗୋଟିଏ ସରକାରୀ ସ୍କୁଲର ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ପିଲାଙ୍କୁ ଅତି ନିର୍ମମ ଭାବେ ତାଙ୍କ ଭଡ଼ାଘରେ ଗୁଳି କରି ହତ୍ୟା କରାଯାଇଛି। ଏହି  ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଚନ୍ଦନ ବର୍ମାକୁ ‌ଧରିବା ପାଇଁ ତଦନ୍ତ ଜାରି ରଖିଛି। 
 

ଏହି କ୍ରମରେ ଚନ୍ଦନ ବର୍ମାର ହ୍ବାଟସଆପ ଷ୍ଟାର୍ଟସ ଭାଇରାଲ ହୋଇଛି। ଯାହାକୁ ନେଇ ରାଜ୍ୟରେ ଆଲୋଡ଼ନ ଦେଖା ଦେଇଛି। ଚନ୍ଦନ ବର୍ମାର ଭାଇରାଲ ହ୍ବାଟସଆପ ଷ୍ଟାର୍ଟସରେ ଲେଖାହୋଇଛି, ‘ଖୁବଶୀଘ୍ର ୫ଜଣ ମରିବାକୁ ଯାଉଛନ୍ତି। ଆଜି ୫ଜଣଙ୍କ ଜୀବନ ଯିବ। ଏହା ମୁଁ ଆପଣମାନଙ୍କୁ କରି ଦେଖାଇବି।’

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍କୁଲର ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା କରିବା ପରେ ଚନ୍ଦନ ବର୍ମା ନିଜକୁ ଗୁଳି କରି ମାରିବାକୁ ଚାହୁଁଥିଲା। ହୁଏତ ଏହି କାରଣରୁ ସେ ୫ଜଣଙ୍କୁ ହତ୍ୟା କରିବାର ଷ୍ଟାଟସ ଛାଡ଼ିଥିଲା। 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ହତ୍ୟା ଘଟଣାକୁ ଗୁରୁତର ସହ ନେବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୁଲିସ୍‌ ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୪ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ଚନ୍ଦନ ବର୍ମା  ଏକାକି ଏକ ବୁଲେଟରେ ଆସି ଶିକ୍ଷକ ସୁନୀଳଙ୍କ କୋଲନି ପର୍ଯ୍ୟନ୍ତ ପହଞ୍ଚଇଥିଲା। ଘଟଣାସ୍ଥଳରୁ ପାଖାପାଖି ୨୦ମିଟର ଦୂରରେ ଚନ୍ଦନ ଶର୍ମା ବୁଲେଟ ରଖି ଚାଲିଚାଲି ସୁନୀଲଙ୍କ ଭଡ଼ାଘର ପର୍ଯ୍ୟନ୍ତ ପହଞ୍ଚିଥିଲା। ଆଉ ଶିକ୍ଷକଙ୍କ ପରିବାର ଉପରେ ଗୁଳିମାଡ଼ କରିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଗୋଟିଏ ଗୁଳି ଶିକ୍ଷକଙ୍କ ଶରୀରରେ ବାଜିଥିବା ବେଳେ ସୁନୀଲଙ୍କ ସ୍ତ୍ରୀଙ୍କ ଶରୀରରେ ୨ଟି ବାକି ପିଲାଙ୍କ ଶରୀରରେ ଗୋଟିଏ ଗୋଟିଏ ଗୁଳି ବାଜିଥିଲା। ଏଥିସହିତ ଘଟଣାସ୍ଥଳରୁ ଆହୁରି ଅନେକ ଗୁଳି ଜବତ କରାଯାଇଛି। ଏଥିରୁ ଅନୁମାନ କରାଯାଉଛି ଚନ୍ଦନ ଶିକ୍ଷକଙ୍କ ପରିବାରକୁ ହତ୍ୟା ପାଇଁ ଆଖିବୁଜା ଗୁଳି କରିଥିଲା। ଯାହାର ଭୟାବହ ଶବ୍ଦ ସୁନୀଲଙ୍କ ପଡ଼ିଶାଲୋକ ବି ଶୁଣିବାକୁ ପାଇଥିଲେ ବୋଲି କହିଛନ୍ତି। 

ଅଧିକପଢ଼ନ୍ତୁ: https://sambad.in/entertainment/actor-govinda-discharged-from-hospita-7242835 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe