ମୁମ୍ବାଇ : ଟିକସ ଠକେଇ ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ୩ ବର୍ଷ ଜେଲ୍‌

Advertisment
ଜେଲରୁ ମୁକୁଳିଲେଣି ୭୫ ବନ୍ଦୀ

oneindia.com

ମୁମ୍ବାଇ : କୋଡ଼ିଏ ବର୍ଷ ତଳର ଏକ ଟିକସ ଠକେଇ ମାମଲାରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ଏକ ସିବିଆଇ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ ଦିଆଯାଇଥିବା ବେଳେ ‌ଜରିମାନା ବାବଦରେ ଦେଢ଼ ଲକ୍ଷ ଟଙ୍କା ଦେବାକୁ କୁହାଯାଇଛି। ସିବିଆଇ କହିବାନୁସାରେ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଦେବେନ୍ଦ୍ର ଚର୍ତୁବେଦୀ ଓ ତାଙ୍କ ସହଯୋଗୀ ହୁର୍‌ ଝୁରାନି ୧୯୯୬ରୁ ୧୯୯୮ ଭିତରେ ଜାଲ ଆୟକର ରିଟର୍ଣ୍ଣ ଦାଖଲ କରି ରିଫଣ୍ଡ୍‌ ଦାବି କରୁଥିଲେ। ସେମାନଙ୍କ ଏହି କାର୍ଯ୍ୟ ପାଇଁ ଆୟକର ବିଭାଗର ୪ ଲକ୍ଷ ଟଙ୍କା ହରାଇଥିଲା। ଅଭିଯୁକ୍ତମାନେ ବିଭିନ୍ନ ବ୍ୟାଙ୍କରେ ଜାଲ କାଗଜପତ୍ର ଦେଇ ନକଲି ପରିବହନ କଂପାନି ନାମରେ ଖାତା ଖୋଲୁଥିଲେ। ସେହି ଖାତାକୁ ଆୟକର ରିଫଣ୍ଡ୍ ହାସଲ କରିବା ଲାଗି ବ୍ୟବହାର କରୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସିବିଆଇ ତରଫରୁ ମାମଲା ଦାୟର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe