ମେହେନ୍ଦୀ ଖୋଲିଲା ମୃତ୍ୟୁ ରହସ୍ୟ! ହାତରେ ସୁଇସାଇଡ୍‌ ନୋଟ୍‌ ଆଙ୍କି ଜୀବନ ହାରିଲେ ପରିତ୍ୟକ୍ତା ପ୍ରେମିକା

ମେହେନ୍ଦୀ ଖୋଲିଲା ମୃତ୍ୟୁ ରହସ୍ୟ! ହାତରେ ସୁଇସାଇଡ୍‌ ନୋଟ୍‌ ଆଙ୍କି ଜୀବନ ହାରିଲେ ପରିତ୍ୟକ୍ତା ପ୍ରେମିକା

ପାଟ୍‌ନା: ବିହାରର ଜଣେ ୨୧ ବର୍ଷୀୟା ଗାଆଁର ଝିଅ ପ୍ରେମରେ ପ୍ରତାରଣା ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଏହି ଯୁବତୀଙ୍କ ହାତକରୁ ତାଙ୍କ ମୃତ୍ୟୁ ରହସ୍ୟ ଜଣାପଡ଼ିଛି। ଜାଣିବାକୁ ମିଳିଛି ଯେ ଯୁବତୀ ଜଣକ ନିଜ ହାତରେ ମେହେନ୍ଦୀରେ ନିଜ ପ୍ରେମିକଙ୍କ ନାମ ଓ ଫୋନ୍‌ ନମ୍ବର ଲେଖିବା ସହ ସେ ପ୍ରତାରଣା ଦେଇଛନ୍ତି ବୋଲି ଉଲ୍ଲେଖ କରି ଆତ୍ମହତ୍ୟା କରିଛନ୍ତି। ପୁଲିସ୍‌ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଯୁବତୀଙ୍କ ପରିବାର ଲୋକ ପାଟ୍‌ନାର ବାସିନ୍ଦା। ଯୁବତୀ ଜଣକ ସେଠାରେ ରହି ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ସଂପର୍କୀୟଙ୍କ କହିବା ଅନୁଯାୟୀ, ସେ ସେଠାରେ ସେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତଜ୍ଞା କରି ପରେ କଥାରୁ ଓହରି ଯିବାରୁ ଯୁବତୀ ଭାଙ୍ଗି ପଡ଼ିଥିଲେ। ସେ ଚୁପ୍‌ଚାପ ରହିବାକୁ ଲାଗିଲେ। ଫଳରେ ପରିବାର ଲୋକ ତାଙ୍କର ମନ ପରିବର୍ତ୍ତନ କରିବା ପାଇଁ ତାଙ୍କୁ ପରିୟାଦବାଦ୍‌ ନେଇ ଆସିଲେ। ସେଠାରେ ବି ସେ ଖୁବ୍‌ ଚୁପ୍‌ ରହୁଥିଲେ।

publive-image

ଶନିବାର ଦିନ ଯୁବତୀ ରହୁଥିବା ଘରର ତୃତୀୟ ମହଲାକୁ ଚାଲି ଯାଇଥିଲେ। ସେଠାରୁ ସେ ଡେଇଁ କରି ଆତ୍ମହତ୍ୟା କରିଥିବା ଖବର ରହିଛି। ଯୁବତୀ ଆତ୍ମହତ୍ୟା କରିବା ସମୟରେ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe