ନୂଆଦିଲ୍ଲୀ: ଚନ୍ଦୋଲିରୁ ଜଣେ ଯୁବକଙ୍କ ଆତ୍ମହତ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ସୈଦପୁର ବ୍ରିଜରୁ ଡେଇଁ ଗଙ୍ଗା ନଦୀରେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।
ତେବେ ଯୁବକ ଜଣକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ଭିଡିଓ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ଯୁବକ ଜଣକ ତାଙ୍କ ପ୍ରେମିକା ଠାରୁ ଧୋକା ଖାଇବା ପରେ ଏଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଥିଲେ।
ଏଥିସହିତ ସେ କହିଛନ୍ତି, ‘ମୋ ଭଲ ପାଇବାକୁ ପ୍ରେମିକା ଗ୍ରହଣ କଲା ନାହିଁ। ମୁଁ ତାକୁ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲି। ତାକୁ ନପାଇଲେ ମୋର ଜୀବନର ମାନେ ହିଁ କିଛି ନାହିଁ। ମୁଁ ଜାଣିଛି ମୋର ମୃତ୍ୟୁ ଖବର ପାଇଲା ପରେ ପରିବାରଲୋକ ଭାଙ୍ଗି ପଡ଼ିବେ। କିନ୍ତୁ ମୁଁ ଆଉ ନିଜକୁ ସମ୍ଭାଳି ପାରୁନାହିଁ। ଶେଷରେ ଜୀବନ ହାରି ଦେଉଛି।’
ଯୁବକ ଜଣକ ଏହି ଭିଡିଓ କରି ତାଙ୍କ ଭଉଣୀ ଓ ସାଙ୍ଗସାଥୀଙ୍କ ପାଖକୁ ପଠାଇ ଦେଇଥିଲେ। ତେବେ ଘଟଣାସ୍ଥଳରେ ତାଙ୍କ ପରିବାରଲୋକ ପହଞ୍ଚିବା ପୂର୍ବରୁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ତେବେ ଆତ୍ମହତ୍ୟା ପୂର୍ବରୁ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କ ଭାଇକୁ ଫୋନ କରିଥିଲେ। ଆଉ କହିଥିଲେ,‘ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, ଆଉ ଏଥିପାଇଁ ତୁମର ଭଉଣୀ ହିଁ ଦାୟୀ’ । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଆତ୍ମହତ୍ୟା କରିଥିବା ଯୁବକଙ୍କ କୌଣସି ପତ୍ତା ମିଳୁନାହିଁ।
Follow Us