ଟ୍ରେନ୍‌ ଭିତରେ ମହିଳା ଯାତ୍ରୀଙ୍କୁ ଆଲିଙ୍ଗନ କରୁଥିଲେ ମଦ୍ୟପ; ଖାଇଲେ ବିଧା, ଗୋଇଠା

Advertisment
ଟ୍ରେନ୍‌ ଭିତରେ ମହିଳା ଯାତ୍ରୀଙ୍କୁ ଆଲିଙ୍ଗନ କରୁଥିଲେ ମଦ୍ୟପ; ଖାଇଲେ ବିଧା, ଗୋଇଠା

www.latestly.com

ଚେନ୍ନାଇ:  ଚେନ୍ନାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସବ୍‌ଅର୍ବାନ ସ୍ଥାନୀୟ ଟ୍ରେନ୍‌ ଭିତରେ ଜଣେ ମଦ୍ୟପ ନିଶାରେ ଜଣେ ମହିଳାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ମଦ୍ୟପ ଜଣକ ମହିଳାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ଘଟଣାଟି ହେଉଛି ସୋମବାର ସଂଧ୍ୟାର। ବ୍ୟକ୍ତି ଜଣକ ଟ୍ରେନ୍‌କୁ ଚଢ଼ିବା ବେଳେ ପୂରାପୂରି ନିଶାରେ ଥିଲେ। ତାପରେ ସେ ମହିଳାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ। ସେହି ଟ୍ରେନ୍‌ରେ ଥିବା କିଛି ଅନ୍ୟ ଯାତ୍ରୀ ବ୍ୟକ୍ତି ଜଣଙ୍କୁ ଅଟକାଇ ମାଡ଼ ମାରିବା ସହ ପୁଲିସ୍‌କୁ ହସ୍ତାନ୍ତର କରାଇଛନ୍ତି।

ଇଣ୍ଡିଆଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ବ୍ୟକ୍ତି ଜଣକ ସୋମବାର ସଂଧ୍ୟା ୬.୩୦ରେ ସବ୍‌ଅର୍ବାନ ସ୍ଥାନୀୟ ଟ୍ରେନ୍‌କୁ ଚଢ଼ିଥିଲେ। ସେ ସେଠାରେ ଚଢ଼ିବା ପରେ ଜଣେ ମହିଳା ଯାତ୍ରୀଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ। ଟ୍ରେନ୍‌କୁ ଚଢ଼ିବାର କିଛି ସମୟ ପରେ ସେ ମହିଳାଙ୍କୁ ଆଲିଙ୍ଗନ କରିବାକୁ ବାହାରିଥିଲେ।

ସେଠାରେ ଥିବା ଅନ୍ୟ ଯାତ୍ରୀମାନେ ବ୍ୟକ୍ତିଙ୍କର ଏପରି ଆଚରଣରେ ଆଶ୍ଚର୍ଯ୍ୟ ‌ହୋଇ ତାଙ୍କୁ ଅଟକାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ କିଛି ଯାତ୍ରୀ ନିଜର ରାଗ ଉପରୁ ନିୟନ୍ତ୍ରଣ ହରାଇ ବ୍ୟକ୍ତିଙ୍କୁ ମାଡ଼ ମାରିବାକୁ ଲାଗିଥିଲେ। ଅନେକ ଲୋକ ମିଶି ତାଙ୍କୁ ବିଧା ଓ ଗୋଇଠା ମାରିବାରେ ଲାଗିଥିଲେ।

ପରବର୍ତ୍ତୀ ରେଳବାଇ ଷ୍ଟେସନ୍‌ରେ ବ୍ୟକ୍ତି ଜଣଙ୍କୁ ପୁଲିସ୍‌ ହାତରେ ଦିଆଯାଇଥିଲା। ବ୍ୟକ୍ତ ଜଣକ ଉତ୍ତର ଭାରତର ବୋଲି ପରବର୍ତ୍ତୀ ସମୟରେ ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe