ଭୁବନେଶ୍ବର: ଜମାକାରୀଙ୍କ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଏଏମ୍ ଫଣ୍ଡ ମ୍ୟାନେଜର୍ସ ଚିଟ୍ଫଣ୍ଡ ଲିମିଟେଡ୍ର ନିର୍ଦେଶକକୁ ଗିରଫ କରିଛି। ସେ ହେଲା, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଦୀପକ ବେହେରା(୩୮)। ଗିରଫ ପରେ ତାକୁ କଟକସ୍ଥିତ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ୬ ବର୍ଷ ତଳେ ଦୀପକ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସଂସ୍ଥା ଆରମ୍ଭ କରିଥିଲେ। ଜମାକାରୀଙ୍କୁ ଜମା ଟଙ୍କାେର ୩୬% ଅଧିକ ସୁଧ ଦେବାର ଲୋଭ ଦେଖାଇ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆଦାୟ କରିଥିଲା। ଏନେଇ କେଶବ ବେହେରା ନାମକ ଜଣେ ଜମାକାରୀ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଥିଲା। ମାମଲା ରୁଜୁ ହେବା ପରେ କ୍ରାଇମ ବ୍ରାଞ୍ଚ ଦୀପକଙ୍କୁ ଖୋଜୁଥିଲା। ଗତକାଲି ସେ କେନ୍ଦ୍ରାପଡ଼ାରେ ଥିବା ଜଣାପଡ଼ିବା ପରେ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ତାକୁ ଗିରଫ କରିଥିଲା।
ଏଏମ୍ ଫଣ୍ଡ ମ୍ୟାନେଜର୍ସ ଚିଟ୍ଫଣ୍ଡ ଠକେଇ, ନିର୍ଦେଶକ ଗିରଫ
Advertisment
Follow Us