ବର୍ତ୍ତମାନ ଦେଶରେ ଚାଲିଥିବା #ମିଠୁ ମାମଲାରେ ବହୁ ନାମୀଦାମୀ ବ୍ୟକ୍ତିଙ୍କ ନାମ ଉଠୁଥିବା ବେଳେ ଏବେ ଏହି ମାମଲାରେ ଛନ୍ଦି ହୋଇଛନ୍ତି ଜଣେ ଜଣାଶୁଣା ଲେଖକ ଚେତନ ଭଗତ। ନିଜର ନାମରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ସୋମବାର ନିଜ ପକ୍ଷ ରଖିଛନ୍ତି ଲେଖକ ଚେତନ ଭଗତ। ସେ ନିଜକୁ ନିର୍ଦୋଷ ପ୍ରମାଣ କରିବା ପାଇଁ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା ୨୦୧୩ ମସିହାରେ ଚେତନଙ୍କୁ ପଠାଇଥିବା ଏକ ମେଲ୍ର ସ୍କ୍ରିନ୍ ସଟ୍ ମାରି ସେ ପୋଷ୍ଟ୍ କରିଛନ୍ତି। ମେଲ୍ରେ ମହିଳା ଜଣକ ‘ମିସ୍ ୟୁ, କିସ୍ ୟୁ’ ଲେଖିଛନ୍ତି। ମହିଳା ଆଣିଥିବା ଅଭିଯୋଗ ମୁତାବକ ଚେତନ ତାଙ୍କୁ ୨୦୧୦ ମସିହାରେ ଯୌନ ଶୋଷଣ କରିଥିଲେ। ଚେତନ ଦେଇଥିବା ସ୍କ୍ରିନ୍ ସଟ୍ଟି ୨୦୧୩ ମସିହାରେ। ତେବେ କିଏ କାହାକୁ କିସ୍ କରିବାକୁ ଚାହାନ୍ତି ବୋଲି ଚେତନ ପ୍ରଶ୍ନ କରିଛନ୍ତି।
ଚେତନଙ୍କ ଦାବି ହେଉଛି ଯେ ଏହି ମେଲ୍ର ଶେଷ ଧାଡ଼ିରୁ ହିଁ ସେ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହେଉଛି। ଶେଷରେ କହିଛନ୍ତି କି ମୋତେ ଓ ମୋ ପରିବାରକୁ ଏପରି ମାନଶିକ ନିର୍ଯାତନା ଦିଆନଯାଉ। ନକଲି ଅଭିଯୋଗରେ #ମିଠୁ ସୀମିତ ନରହୁ ବୋଲି ଚେତନ କହିଛନ୍ତି।
Follow Us