ଚାଷୀଙ୍କ ଠାରୁ ବ୍ୟାଙ୍କ ମ୍ୟାନେଜର ଖାଇଛନ୍ତି ୩୯ହଜାର ଟଙ୍କାର ଦେଶୀ କୁକୁଡ଼ା

ଋଣ ଆବେଦନ ପାସ କରିବା ପାଇଁ ଜଣେ ଚାଷୀ ଠାରୁ ବ୍ୟାଙ୍କ ମ୍ୟାନେଜର ପ୍ରତିଶନିବାର ଖାଇଥିଲେ ଦେଶୀ କୁକୁଡ଼ା। ଖାଇଥିବା ଦେଶୀ କୁକୁଡ଼ା ମୂଲ୍ୟ ୩୯୦୦୦ଟଙ୍କା ପାଖାପାଖି ହେବ ବୋଲି ଅଭିଯୋଗକାରୀ ଚାଷୀଙ୍କ ଦାବି

ù


ନୂଆଦିଲ୍ଲୀ: ଛତିଶଗଡର ବିଲାସପୁର ଜିଲ୍ଲାରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଆଶ୍ଚର୍ଯ୍ୟଜନକ କାମ ସାମ୍ନାକୁ ଆସିଛି। 

ମସ୍ତୁରୀ ଅଞ୍ଚଳସ୍ଥ  ସରଗାଁର ବାସିନ୍ଦା ଚାଷୀ ରୁପଚନ୍ଦ ମନହର ଏସଡିଏମଙ୍କୁ  ଅଭିଯୋଗ କରି କହିଛନ୍ତି କି,‘ ମସ୍ତୁରୀସ୍ଥିତ ଏସବିଆଇର ମ୍ୟାନେଜର ସୁମନ କୁମାର ଚୌଧୁରୀ ୧୨ ଲକ୍ଷ ଟଙ୍କା ଋଣ ପାଇଁ ୧୦ ପ୍ରତିଶତ କମିଶନ ମାଗିଥିଲେ।  ଦାବି ମୁତାବକ ମୁଁ ଏହି କମିଶନ ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଇ ଦେଇଥିଲି।

ଏହା ସତ୍ତ୍ବେ ବି ସେ ମୋତେ ଋଣ ଦେଇ ନଥିଲେ। ଅଧିକ କିଛି ଦାବି କରିଥିଲେ। ପ୍ରତିଶନିବାର ଦୋଷୀ କୁକୁଡ଼ା ଆଣିବାକୁ କହିଥିଲେ। ମୁଁ ତାଙ୍କର ଏହି ଦାବି ବି ପୂରଣ କରିଥିଲି। ପାଖାପାଖି  ୩୯,୦୦୦ ଟଙ୍କା ମୂଲ୍ୟର ଦେଶୀ ଚିକେନ୍ ମୁଁ ତାଙ୍କୁ ଖାଇବାକୁ ଦେଇଥିଲି। ଯାହାର ରସିଦ ବି ମୋ ପାଖରେ ଅଛି।

ଏହା ସତ୍ତ୍ବେ ବି ସେ ମୋ ଋଣ ଆବେଦନ ପାସ କରି ନଥିଲେ। ମୁଁ ଏ ବିଷୟରେ ଅଧିକାରୀ ସୁମନ କୁମାରଙ୍କୁ ପଚାରିବାରୁ ସେ ଋଣ ଦେଇ ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ।
ମୋତେ ଏହି ଘଟଣାରେ ନ୍ୟାୟ ନମିଳିଲେ ମୁଁ ବିଷ ପିଇ ନଚେତ କିରୋସିନ ଢ଼ାଲି ନିଜ ଶରୀରରେ ନିଆଁ ଲଗାଇ ଦେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe