ବାପା ଡାକି ନପାରିବାରୁ ଦେଢ ବର୍ଷର ଶିଶୁକୁ ସିଗାରେଟରେ ଚେଙ୍କ ଦେଲେ କନଷ୍ଟେବଳ

Advertisment
ବାପା ଡାକି ନପାରିବାରୁ ଦେଢ ବର୍ଷର ଶିଶୁକୁ ସିଗାରେଟରେ ଚେଙ୍କ ଦେଲେ କନଷ୍ଟେବଳ

The Indian Express

ରାୟପୁର:  ଛତିଶଗଡର ବାଲୋଦ ଜିଲ୍ଲାରେ ଜଣେ ପୁଲିସ କନଷ୍ଟେବଳ ଦେଢ ବର୍ଷର ଶିଶୁକୁ ସିଗାରେଟରେ ଚେଙ୍କ ଦେଇଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ କନଷ୍ଟେବଳଙ୍କୁ ପୁଲିସ ଗତ ଶନିବାର ଗିରଫ କରି କରିଛି। ଗିରଫ କନଷ୍ଟେବଳଙ୍କ ନାମ ଅବିନାଶ ରାୟ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ କନଷ୍ଟେବଳ ଅବିନାଶ ରାୟଙ୍କ ପୋଷ୍ଟିଂ ପୂର୍ବରୁ ବାଲୋଦ ଜିଲ୍ଲାରେ ହୋଇଥିଲା । ଗୋଟିଏ ମାସ ପୂର୍ବରୁ ତାଙ୍କୁ ଦୁର୍ଗ ଜିଲ୍ଲାକୁ ବଦଳି କରାଯାଇଥିଲା । ଏଠାରେ ଥିବା ବେଳେ ପୀଡିତ ଶିଶୁର ମା’ କନଷ୍ଟେବଳ ଅବିନାଶଙ୍କ ଠାରୁ କିଛି ଟଙ୍କା ଧାର  ନେଇଥିଲେ । ଏହି ଟଙ୍କା ପାଇଁ ଅବିନାଶ ଗତ ୨୪ ତାରିଖରେ ମହିଳାଙ୍କ ଘରକୁ ଯାଇ ସେଠାରେ ରହି ଥିଲେ। ଘରେ ରହିବା ସମୟରେ ସେ ମହିଳାଙ୍କ ଶିଶୁକୁ ପାଖକୁ ଡାକି ବାପା ଡାକିବାକୁ ବାଧ୍ୟ କରିଥିଲେ ।

ତେବେ ବାରମ୍ବାର ସେ ବାପା ଡାକିବାକୁ କହିଥିଲେ ହେଁ ଶିଶୁଟି କିଛି ନକହିବାରୁ କନଷ୍ଟେବଳ ଅବିନାଶ ରାଗି ଯାଇ ଶିଶୁଟିର ଶରୀରକୁ ସିଗାରେଟରେ ଚେଙ୍କ ଦେଇଥି‌ଲେ। ଏପରି କି ମହିଳା ଏହାକୁ ବାରଣ କରିବାରୁ ସେ ମାଡ଼ ମାରିବା ବି ଆରମ୍ଭ କରି ଦେଇଥିଲେ।  ଏହି ଘଟଣା ନେଇ ମହିଳା ପୁଲିସରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କନଷ୍ଟେବଳଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe