ରକ୍ଷକ ସାଜିଲା ଭକ୍ଷକ! ନିଜ ଘର ଭିତରେ ଜନ୍ମକଲା ଝିଅକୁ ଦୁଷ୍କର୍ମ କଲା ପୁଲିସ୍‌ ବାପା

ଓଡ଼ିଶାରେ ପୁଣି ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ!, ଅଭିଯୁକ୍ତ ଅଟକ

www.timesnownews.com

ରାୟଗଡ଼ା: ଜଣେ ଝିଅ ଯଦି କେଉଁ ପୁରୁଷ ପାଖରେ ସବୁଠାରୁ ଅଧିକ ସୁରକ୍ଷିତ ଅନୁଭବ କରୁଥାଏ ତେବେ ସେ ପୁରୁଷର ନାମ ନିଶ୍ଚୟ ବାପା! ସାଧାରଣ ଜନତା ଯେଉଁ ବ୍ୟକ୍ତି ଆଗରେ ନିଜର ସମସ୍ୟା ଗୁହାରି କରିଥାନ୍ତି ସେ ବ୍ୟକ୍ତିି ଜଣକ ପୁଲିସ୍‌! ଯେଉଁ ଝିଅର ବାପା ଜଣେ ପୁଲିସ୍‌ ହୋଇଥାନ୍ତି ତେବେ କେତେ ସୁରକ୍ଷିତ ରହିବା କଥା ସେ ଝିଅ? ମାତ୍ର ଛତିଶଗଡ଼ର ଏକ ଘଟଣା ଆପଣଙ୍କ ଭାବନାକୁ ପୂରାପୂରି ବଦଳାଇ ଦେବ। ଛତିଶଗଡ଼ସ୍ଥିତ ରାୟଗଡ଼ା ଜିଲ୍ଲାର ଜଣେ ପୁଲିସ୍‌ କନ୍‌ଷ୍ଟେବଲ୍‌ ନିଜ ଜନ୍ମକଲା ୬ ବର୍ଷର ଝିଅ ସହ ଦୁଷ୍କର୍ମ କରିବା କଥା ଏବେ ସମଗ୍ର ପୁଲିସ୍‌ ଜାତି ପାଇଁ ଏକ ନିନ୍ଦା ପାଲଟିଛି।

ଅଭିଯୁକ୍ତ ପୁଲିସ୍‌ କନ୍‌ଷ୍ଟେବଲ୍‌ର ୪୫ ବର୍ଷୀୟା ପତ୍ନୀ ଆଣିଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ ଗତ ୨୯ ତାରିଖରେ ନିଜ ଘରେ ନିଜ ଜନ୍ମକଲା ନାବାଳିକା ଝିଅ ସହ ଦୁଷ୍କର୍ମ କରିଛି। ଦୁଷ୍କର୍ମ ପରେ ଏକଥା କାହା ଆଗରେ ନ କହିବା ପାଇଁ ଧମକ ମଧ୍ୟ ଦେଇଥିଲା ନୃସଂଶ ବାପା। ଯାହାବି ହେଉ, ନାବାଳିକା ପୀଡ଼ିତା କିନ୍ତୁ ସାହସ ବାନ୍ଧି ଏକଥା ନିଜ ମାଆଙ୍କ ସମ୍ମୁଖରେ କହିଥିଲା। ପୀଡ଼ିତାଙ୍କ ମାଆ ଏକଥା ଜାଣିବା ପରେ ପୁଲିସ୍‌ ସ୍ୱାମୀଙ୍କ ନାମରେ ଥାନାରେ ଅଭିଯୋଗ ଲେଖାଇଛନ୍ତି।

ଅଭିଯୁକ୍ତ କନଷ୍ଟେବଲ୍‌ର ରାୟଗଡ଼ାର ସାରଂଗଢ ପୁଲିସ୍‌ ଷ୍ଟେସନ୍‌ରେ ନିଯୁକ୍ତି ହୋଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ମଙ୍ଗଳବାର ଗିରଫ କରିଛି। ଗିରଫ ପରେ ତାକୁ କୋର୍ଟ ଚାଳାଣ କରାଯାଇଛି। ଅଭିଯୁକ୍ତକୁ ଏବେ ୧୪ ଦିନ ପାଇଁ ପୁଲିସ୍‌ ହେପାଜତରେ ନିଆଯାଇଛି। ଅଭିଯୁକ୍ତକୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe