ଶିଶୁପୁତ୍ରର ମୃତଦେହ ଜବତ, ହତ୍ୟା ସନ୍ଦେହ

Advertisment
ଶିଶୁପୁତ୍ରର ମୃତଦେହ ଜବତ, ହତ୍ୟା ସନ୍ଦେହ

photo by : prabhatkhabar.com

ଭୁବନେଶ୍ୱର: ମଙ୍ଗଳବାର ସକାଳ ସମୟରେ ପଳାସୁଣି ବ୍ରିଜ୍‌ ତଳୁ ମଞ୍ଚେଶ୍ୱର ଥାନା ପୁଲିସ ଏକ ଶିଶୁପୁତ୍ରର ମୃତଦେହକୁ ଜବତ କରିଛି। ଶିଶୁଟିର ବୟସ ୩/୪ ମାସ ହେବ ବୋଲି ପୁଲିସ ଅନୁମାନ କରୁଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ସୂଚନା ମୁତାବକ, ପ୍ରାତଃ ଭ୍ରମଣରେ ଆସିଥିବା କେତେକ ଲୋକ ବ୍ରିଜ୍‌ ତଳେ ଶିଶୁଟିର ଶବ ପଡ଼ିଥିବା ଦେଖି ପୁଲିସକୁ ଜଣାଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଥିଲା। ତୁରନ୍ତ ଚିକିତ୍ସା ପାଇଁ ଶିଶୁପୁତ୍ରକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶିଶୁପୁତ୍ରର ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ଶିଶୁଟିର ସ୍ୱାଭାବିକ ମୃତ୍ୟୁ ଘଟିଛି ନା ତାକୁ ହତ୍ୟା କରି ଏଠାରେ ଫୋପାଡ଼ି ଦିଆଯାଇଛି ସେ ନେଇ ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe