ତୃଣମୂଳ ସାଂସଦଙ୍କ ଗାଡ଼ି ଧକ୍କାରେ ଚାଲିଗଲା ଶିଶୁର ଜୀବନ

Advertisment
ତୃଣମୂଳ ସାଂସଦଙ୍କ ଗାଡ଼ି ଧକ୍କାରେ ଚାଲିଗଲା ଶିଶୁର ଜୀବନ

କୋଲକାତା: ପଶ୍ଚିମବଙ୍ଗରେ ଜଣେ ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ଚାରି ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ପଶ୍ଚିମବଙ୍ଗର ମୁର୍ଶିଦାବାଦ ସାଂସଦ ଅବୁ ତାହେର ଖାନଙ୍କର। ସେ ତୃଣମୂଳ କଂଗ୍ରେସର ସାଂସଦ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ଘଟିବା ସମୟରେ ସାଂସଦ ଶ୍ରୀ ଖାନ୍ ଗାଡ଼ିରେ ଥିଲେ। ଦୁର୍ଘଟଣା ଘଟିବା ପରେ ସାଂସଦ ଶ୍ରୀ ଖାନ ଆହତ ଶିଶୁକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଚାରି ବର୍ଷର ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା।

ଦୁର୍ଘଟଣା ସଂପର୍କରେ ସାଂସଦ ଶ୍ରୀ ଖାନ କହିଛନ୍ତି ଯେ ପିଲାଟି ହଠାତ୍‌ ଗାଡି ସାମ୍ନାକୁ ଆସି ଯିବା ଫଳରେ ଏହି ଦୁର୍ଘଟଣା ଘଟିଲା। ଦୁର୍ଘଟଣା ଘଟିବା ପରେ ଆହତ ପିଲାଟିକୁ ଚିକିତ୍ସା ପାଇଁ ଆମେ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ଏହି ଦୁର୍ଘଟଣା ମୋ ସାମ୍ନାରେ ଘଟିଥିଲା। ବୋଧହୁଏ ପିଲାଟି ମସ୍ତିଷ୍କରେ ଆଘାତ ପାଇଥିଲା ବୋଲି ଶ୍ରୀ ଖାନ ଡାକ୍ତରଖାନା ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ଅନ୍ୟ ପକ୍ଷରେ ମୃତ ଶିଶୁଟିର ବ‌ାପା-ମା’ ଡାକ୍ତରଖାନାରେ ପହଞ୍ଚି ଦୁଃଖରେ କାନ୍ଦକାନ୍ଦି ମାଟିରେ ଲୋଟି ଯାଇଥିଲେ। ଉପସ୍ଥିତ ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧୀ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ପିଲାର ମୃତ୍ୟୁ ଯୋଗୁଁ ଯେଉଁ କ୍ଷତି ଘଟିଲା ତାହା ଅପୂରଣୀୟ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe