Navbharat Times
ମୁମ୍ବାଇ: ମୁମ୍ବାଇରେ ସାଇବର ପୁଲିସ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଓ ଅନ୍ୟ ସାତଟି ଦଫାରେ ମାମଲା ରୁଜୁ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ହୃଦୟ ପଟେଲ(୩୮) ଓ ସେ ସେଣ୍ଟ୍ରାଲ ମୁମ୍ବାଇରେ ରହୁଥିବା ଜଣାପଡ଼ିଛି।
ଗିରଫ ଅଭିଯୁକ୍ତର ସୋସିଆଲ ସାଇଟ୍ରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅପଲୋଡ କରିବା ଏକ ଅଭ୍ୟାସ ଥିଲା। ସେ ବାରମ୍ବାର ଏଭଳି ଭିଡିଓ ପୋଷ୍ଟ କରି ଚାଲିଥିଲା । କିଛିଦିନ ତଳେ ଫେସ୍ବୁକ୍ରେ ଏକ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଭିଡିଓ ପୋଷ୍ଟ କରିଥିଲା। ଯେଉଁ କାରଣରୁ ତାର ଆକାଉଣ୍ଟକୁ ବ୍ଲକ୍ କରି ଦିଆଯାଇଥିଲା। ଏହାପରେ ସେ ଫୋନ୍ରେ ଆଉ ଏକ ଆକାଉଣ୍ଟ ଖୋଲି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅପଲୋଡ କରିବା କାମ ଜାରି ରଖିଥିଲା ବୋଲି ପ୍ରାଥମିକ ତଦନ୍ତରୁ ପ୍ରକାଶ।
The Times of Indiaମହାରାଷ୍ଟ୍ର ସାଇବର ପୁଲିସକୁ ଗତ ଛଅମାସ ମଧ୍ୟରେ ଏମିତି ୧୬୮୦ଟି ଅଭିଯୋଗ ମିଳିଥିବା ବେଳେ ୬୧୯ଟି ମାମଲା ମୁମ୍ବାରରେ ଘଟିଥିବା ଜଣାପଡ଼ିଛି। ଡିସିପି (ସାଇବର) ବିଶାଲ ଠାକୁରଙ୍କ କହିବାନୁସାରେ, ନାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନ୍ସିଆରବି), ନାସନାଲ ସେଣ୍ଟର ଫର ମିସିଂ ଆଣ୍ଡ ଏକ୍ସପ୍ଲଏଟେଡ ଚିଲଡ୍ରେନ୍ (ଏନ୍ସିଏମ୍ ଇସି)ରୁ ମିଳିଥିବା ଅଭିଯୋଗ ଆଧାରରେ ଏହି ସବୁ ମାମଲା ରୁଜୁ କରାଯାଇଥିଲା।
Follow Us