ଡାକ୍ତରୀ ଅବହେଳା: ପ୍ରସବ ବେଳେ ଶିଶୁର ମୁଣ୍ଡରୁ ଅଲଗା ହୋଇଗଲା ଗଣ୍ଡି

ଡାକ୍ତରୀ ଅବହେଳା: ପ୍ରସବ ବେଳେ ଶିଶୁର ମୁଣ୍ଡରୁ ଅଲଗା ହୋଇଗଲା ଗଣ୍ଡି

Lokmatnews.in

ଚେନ୍ନାଇ: ଚେନ୍ନାଇସ୍ଥିତ କୁଭଥୁରଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରସବ ସମୟରେ ଜଣେ ଶିଶୁର ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିବା ପରି ଦୁଃଖଦ ଘଟଣା ଘଟିଯାଇଛି। ଶିଶୁଟିର ଶରୀରରୁ ମୁଣ୍ଡ ଅଲଗା ହୋଇ ବାହାରକୁ ଆସିଯିବା ବେଳେ ଶରୀର ରହି ଯାଇଥିଲା ମାଆର ପେଟ ଭିତରେ। ପରେ ଡାକ୍ତରମାନେ ମାଆର ପେଟରୁ ଶିଶୁର ଶରୀରକୁ କାଢ଼ି ବାହର କରିଛନ୍ତି।

ଏହି ଘଟଣା ଘଟିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ନେଇ ପ୍ରସୂତିଙ୍କ ସଂପର୍କୀୟମାନେ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଯେ ପ୍ରସୂତିଙ୍କ ପ୍ରସବ ଡାକ୍ତରଙ୍କ ପରିବର୍ତ୍ତେ ନର୍ସ କରାଇଥିଲେ। ଫଳରେ ତାଙ୍କୁ ଏପରି ସମସ୍ୟାର ସାମ୍ନା କରିବାକୁ ପଡ଼ିଛି।

ପ୍ରସୂତି ଜଣକ ହେଉଛନ୍ତି ବୋମିଦାଲା। ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏପରି ଘଟିବା ପରେ ପୀଡ଼ିତାଙ୍କୁ ଚେଙ୍ଗଲପେଠ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଏ ସଂପର୍କରେ ଡାକ୍ତରଖାନାର କର୍ତ୍ତୃପକ୍ଷମାନେ ସଫେଇ ଦେଇ କହିଛନ୍ତି ଯେ ‘ପିଲାଟିର ମୃତ୍ୟ ଗର୍ଭରୁ ହିଁ ହୋଇ ସାରିଥିଲା। ପ୍ରସୂତିଙ୍କ ଜୀବନ ବଞ୍ଚାଇବା ପାଇଁ ଯେଉଁ ଭଳି ଭାବେ ପିଲାଟିକୁ କାଢ଼ିବାର ଥିଲା। ମହିଳାଙ୍କ ଜୀବନକୁ ଦୃଷ୍ଟିରେ ରଖି ପିଲାଟିକୁ କଳେବଳେକୌଶଳେ କଢ଼ାଯାଇଛି।’ ଆଞ୍ଚଳିକ ପୁଲିସ୍‌ ଷ୍ଟେସନରେ ଏ ନେଇ ଏକ ମାମଲା ରୁଜୁ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe