ମହିଳାଙ୍କ ଗର୍ଭନଳୀ ଚୋରାଇ ନେବା ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା

ପ୍ରସବ ପରେ ଅନ୍ତସତ୍ତ୍ବାମାନଙ୍କ ଗର୍ଭନଳୀ ଚୋରି କରି ନେଉଥିବା ଅଭିଯୋଗ ପରେ ଡାକ୍ତର ଗିରଫ। ଏହି ଅଭିଯୋଗ ପରେ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇ ଘଟଣାର କରାଯାଉଛି ତଦନ୍ତ।

ଅଦ୍ୟତନ ହୋଇଛି
l;k;lk

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ। ଏହି କ୍ରମରେ ଚୀନ୍ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଡାକ୍ତର ଅନ୍ତସତ୍ତ୍ବାମାନଙ୍କ ପ୍ରସବ ପରେ ଗର୍ଭନଳୀ ଚୋରି କରି ନେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି  ଡାକ୍ତରଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି। (ଚୀନ୍ ଔଷଧରେ ଶୁଖିଲା ନାଭିକୁ ଅନେକ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ)।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦାବି କରାଯାଇଛି ଯେ ଏହି ଭିଡିଓଟି ଦକ୍ଷିଣ-ପଶ୍ଚିମ ଚୀନର ଗୁଇଝୋଉ ରାଜ୍ୟର ରେନହୁଇ ଜିଉଡୁର। ଯେଉଁଥିରେ ଡାକ୍ତର ତାଙ୍କ କ୍ୟାବିନ ଆଡ଼କୁ ଯାଉଥିବା ବେଳେ ହାତରେ ଏକ ପଲି ବ୍ୟାଗ ଧରିଛନ୍ତି। ଯେଉଁଥିରେ ସେ ଜଣେ ଅନ୍ତସତ୍ତ୍ବା ମହିଳାଙ୍କ ଅନ୍ତନଳୀ ରଖିଥିବା ଅଭିଯୋଗ ହେଉଛି।

ବିବାଦ ବଢ଼ୁଥିବା ଦେଖି ହସ୍ପିଟାଲ ପରିଚାଳକ ସଫେଇ ଦେଇ କହିଛନ୍ତି, ‘ ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।’

ଡାକ୍ତର ଏହା ପ୍ରଥମ ଥର ପାଇଁ କରିଛନ୍ତି ନା ସେ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟଣାରେ ସାମିଲ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। 

ଗର୍ଭନଳୀ। ଏହା ମା ଏବଂ ଗର୍ଭସ୍ଥ ଶିଶୁକୁ ପରସ୍ପର ସହିତ ସଂଯୁକ୍ତ କରିରଖିଥାଏ। ଏହା ମାଧ୍ୟମରେ ପିଲାଟି ତା'ର ଆବଶ୍ୟକତା ଅନୁଯାୟୀ ମା’ ଶରୀର ପୁଷ୍ଟିକର ପଦାର୍ଥ ପାଇଥାଏ। ଶିଶୁ ଜନ୍ମ ହେବା ପରେ ଏହା ବାହାରକୁ ବାହାରିଯାଇଥାଏ।

ଚୀନରେ ଏହାକୁ ନେଇ ଅନେକ ପ୍ରକାରର କାହାଣୀ ପ୍ରଚଳିତ ରହିଛି। ୨୦୦୦ ବର୍ଷ ପୁରୁଣା ଚୀନ୍ ଚିକିତ୍ସା ବ୍ୟବସ୍ଥାରେ ଶୁଖିଲା ନାଭିକୁ ଅତ୍ୟନ୍ତ ପୁଷ୍ଟିକର ବୋଲି ବିବେଚନା କରାଯାଏ। ଅନେକ ଲୋକଙ୍କ ମତରେ, ଏହା ଥକ୍କାପଣ, ଶାରୀରିକ ଦୁର୍ବଳତା ଏବଂ ବନ୍ଧ୍ୟାତ୍ବର ଚିକିତ୍ସା କରିପାରିବ। 

ଏମିତି କି ଚୀନ୍ ସରକାର ୨୦୦୫ ମସିହାରେ ମାନବ ପ୍ଲାସେଣ୍ଟାର ବ୍ୟବସାୟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଥିଲେ। କେବଳ ଏତିକି ନୁହେଁ ୨୦୧୫ ମସିହାରେ ମେଡିକାଲରେ ଏପରି ବ୍ୟବସାୟ ଉପରେ ରୋକ ଲଗାଯାଇଥିଲା।  

ଚୀନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କେବଳ ଜଣେ ନୂତନ ମା' ତାଙ୍କର ପ୍ଲାସେଣ୍ଟା ହସ୍ପିଟାଲ କର୍ମଚାରୀଙ୍କୁ ମାଗିପାରିବେ। ଯଦି କୌଣସି ମହିଳା ନିଜର ପ୍ଲାସେଣ୍ଟା ନେବାକୁ ଚାହାନ୍ତି ନାହିଁ ତେବେ  ହସ୍ପିଟାଲକୁ ଏହାକୁ ମେଡିକାଲ୍ ଆବର୍ଜନା ଭାବରେ ଜାଳି ଦେବାକୁ ନଚେତ ପଡ଼ିଦେବାକୁ ପଡ଼ିବ।

Woman

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe