ନକଲି-ଅସଲି ଅଳଙ୍କାର ଜବତ; ରାଞ୍ଚିର ଠକ ରାଉରକେଲାରେ ଗିରଫ

ରାଞ୍ଚିରୁ ଆସିଥିବା ଜଣ ଠକ ଇସ୍ପାତ୍‌ ନଗରୀ ରାଉରକେଲାରେ ବୁଧବାର ଦିନ ନକଲି ସୁନା ବିକ୍ରି କରିବାରେ ବିଫଳ ହୋଇଛି। ସେ ନକଲି ସୁନାରେ ଅସଲି ସୁନାର ହଲମାର୍କକୁ ଫିଟ୍‌ କରିଥିଲେ ମଧ୍ୟ ପୁଲିସ ହାତରେ ଧରାପଡ଼ିଛି।

ରାଉରକେଲା: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଆସିଥିବା ଜଣ ଠକ ଇସ୍ପାତ୍‌ ନଗରୀ ରାଉରକେଲାରେ ବୁଧବାର ଦିନ ନକଲି ସୁନା ବିକ୍ରି କରିବାରେ ବିଫଳ ହୋଇଛି। ସେ ନକଲି ସୁନାରେ ଅସଲି ସୁନାର ହଲମାର୍କକୁ ଫିଟ୍‌ କରିଥିଲେ ମଧ୍ୟ ପୁଲିସ ହାତରେ ଧରାପଡ଼ିଛି। ସଂପୃକ୍ତ ଠକ ନକଲି ସୁନାକୁ ଅସଲି ସୁନା କହି ରାଉରକେଲାର ଏକାଧିକ ସୁନା ଦୋକାନରେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନାହିଁ। ଅଭିଯୁକ୍ତକୁ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୁଲିସ ଗିରଫ କରିଛି। ଏଥି ସହିତ ଠକ ପାଖରୁ ପୁଲିସ ନକଲି ଏବଂ ଅସଲି ସୁନା ଜବତ୍ କରି ତଦନ୍ତ ଜାରି ରଖିଛି। 

ଏହି ଖବର ପଢ଼ନ୍ତୁ: ସ୍ଥିତି ଉପରେ ନଜର ରଖିଛି, ସମୟ ଆସିଲେ ଜବାବ ଦେବି: ପ୍ରଦୀପ ପାଣିଗ୍ରାହୀ

ପୁଲିସ କହିବା ଅନୁସାରେ ଆଜି ପୂର୍ବାହ୍ନରେ ଝାଡ଼ଖଣ୍ଡର ଜରେ ବ୍ୟକ୍ତି ଏମ୍‌ଏନ୍ ଅଳଙ୍କାରକୁ କିଛି ସୁନା ଗହଣା ନେଇ ବିକ୍ରି କରିବାକୁ ଆସିଥିଲା। ଏମ୍‌ଏନ୍ ଅଳଙ୍କାର ମାଲିକ ରଞ୍ଜୟ ପ୍ରସାଦଙ୍କ ସନ୍ଦେହ ହେବାରୁ ସୁନା ପରୀକ୍ଷା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା। ଏପରିକି ଠକ ବ୍ୟକ୍ତି ଜଣକ ଅନ୍ୟ ଗହଣାରୁ ହଲ୍ ମାର୍କ ଥିବା ଖଣ୍ଡକୁ କାଟି ନକଲି ଗହଣାରେ ଲଗାଇ ବିକ୍ରି କରିବାକୁ ଚେଷ୍ଟା କରିଥିଲା।

publive-image

ଏହି ଖବର ପଢ଼ନ୍ତୁ: ପତ୍ନୀଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏଭଳି ପୋଷ୍ଟ କଲେ ୟୁଜି

ଏ ବାବଦରେ ସୁନା ଦୋକାନ ମାଲିକ ପୁଲିସକୁ ଖବର ଦେବାରୁ ଉକ୍ତ ଠକ ଫେରାର ହୋଇ ଯାଇଥିଲା। ଏହି ଠକ ବାବଦରେ ଏମ୍‌ଏନ୍ ଜୁଏଲରସ୍ ମାଲିକ ସ୍ଵର୍ଣ୍ଣକାର ସଂଘର ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ମେସେଜ୍ ପଠାଇ ଦେଇଥିଲେ। ପରେ ସହରର ମୁଖ୍ୟ ମାର୍ଗରେ ଥିବା ଅଗ୍ରୱାଲ ଜୁଏଲରର୍ସରେ ଏହି ଠକ ପହଞ୍ଚି ନକଲି ସୁନା ବିକ୍ରି କରିବାକୁ ଉଦ୍ୟମ କରିଥିଲା। ପୂର୍ବରୁ ସ୍ଵର୍ଣ୍ଣକାର ସଂଘ ପକ୍ଷରୁ ସୂଚନା ପାଇଥିବାରୁ ଦୋକାନ ମାଲିକ ପୁଲିସକୁ ଖବର ଦେଇଥିଲେ। 

ଏହି ଖବର ପଢ଼ନ୍ତୁ: ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘର ସମେତ ଛଅଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ଉ

ସୂଚନା ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଠକକୁ ଥାନାକୁ ନେଇ ଯାଇଛନ୍ତି। ଏହି ଠକ ରାଞ୍ଚିର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି। 

ଏହି ଖବର ପଢ଼ନ୍ତୁ: ଝିଅକୁ ସ୍କୁଲରେ ଛାଡ଼ିକି ଆସିଲା ବେଳେ ସହଦେବଙ୍କୁ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe