ପ୍ରଥମେ ବିରିୟାନି ପାଇବାକୁ ରେସ୍ତୋରାଁରେ ତୁମୁଳ କାଣ୍ଡ

Advertisment
ପ୍ରଥମେ ବିରିୟାନି ପାଇବାକୁ ରେସ୍ତୋରାଁରେ ତୁମୁଳ କାଣ୍ଡ

Illus Courtesy of TOI

ଲକ୍ଷ୍ନୌ: ବିରିୟାନି କଥାକୁ ନେଇ ଆରମ୍ଭ ହୋଇଥିବା ପାଟିତୁନ୍ତ ଏମିତି ସାଙ୍ଘାତିକ ରୂପ ନେଲା ଯେ ରେସ୍ତୋରାଁ ମାଲିକ ଏବଂ ତାଙ୍କର ସହଯୋଗୀମାନେ ଜଣେ ଆଡ୍‌ଭୋକେଟ୍‌ ଏବଂ ତାଙ୍କ ସାଥିମାନଙ୍କୁ ବନ୍ଧୁକ ବଟ୍‌ରେ ଛେଚିଛନ୍ତି। ବୁଧବାର ଦିନ ପ୍ରେସ୍‌ କ୍ଲବ୍‌ ନିକଟରେ ଏହି ଘଟଣା ଘଟିଛି।

ପୁଲିସ କହିବା ଅନୁସାରେ, ମଧ୍ୟାହ୍ନରେ ଆଡ୍‌ଭୋକେଟ୍‌ ସତ୍ୟବ୍ରତ ଏବଂ ତାଙ୍କ ବନ୍ଧୁ ସତେନ୍ଦ୍ର ସିଂହ ପ୍ରେସ୍‌ କ୍ଲବ୍‌ ନିକଟରେ ଥିବା ଏକ ରେସ୍ତୋରାଁକୁ ଯାଇ ବିରିୟାନି ବରାଦ ଦେଇଥିଲେ। ଏତିକିବେଳେ କେତେକ ଅଚିହ୍ନା ଲୋକ ଆସି ତାଙ୍କ ନିକଟରେ ପଡ଼ିଥିବା ଅନ୍ୟ ଏକ ଟେବୁଲ୍‌ରେ ବସି ପଡ଼ିଲେ। ଦଶ ମିନିଟ୍‌ ପରେ ଜଣେ େଓ୍ଵଟର୍‌ ଦୁଇ ପ୍ଲେଟ୍‌ ବିରିୟାନି ଧରି ପହଞ୍ଚିଲେ ଏବଂ ସେ ଅଚିହ୍ନା ଦଳଙ୍କ ଟେବୁଲ୍‌ରେ ପରିବେଷଣ କଲେ।

ଏଥିରେ ସିଂହ ପ୍ରତିବାଦ କରି କହିଲେ ଯେ ସେ ପ୍ରଥମେ ବରଦ ଦେଇଥିବାରୁ ସେ ବିରିୟାନି ପ୍ଲେଟ୍‌ ପାଇବାକୁ ହକଦାର। ସିଂହ ଏବଂ େଓ୍ଵଟର୍‌ଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଲା। ତା’ପରେ ରେସ୍ତୋରାଁ ପରିଚାଳକ ଉତ୍ତମ ସୋନ୍‌କେର୍‌ ହସ୍ତକ୍ଷେପ କରି ସିଂହଙ୍କୁ ଧକ୍ମା ଦେଇ କହିଥିଲେ କି, ସେ ପୁଲିସ ଡାକିବ।

ସିଂହ କହିବା ଅନୁସାରେ, ସୋନ୍‌କେର୍‌ ଏବଂ ତାଙ୍କ ସହଯୋଗୀମାନେ ତା’ପରେ ତାଙ୍କୁ ଏକ ବନ୍ଧୁକ ବଟ୍‌ରେ ବାଡ଼େଇ ଥିଲେ।

କାଇଜର୍‌ବାଗ ଇନ୍‌ପେକ୍‌ଟର୍‌ ଡିକେ ଉପାଧ୍ୟାୟ କହନ୍ତି, ହତ୍ୟା ଉଦ୍ୟମ, ଶାନ୍ତି ଭଙ୍ଗ, ବିଦ୍ରୋହ ଏବଂ ମାରଣାସ୍ତ୍ର ରଖିବା ଆଦି ଉଲ୍ଲେଖ କରାଯାଇ ସୋନକେର୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରାଯାଇଛି। ତଦନ୍ତ ପରେ ତାଙ୍କୁ ଗିରଫ କରାଯାଇ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe