ମେଣ୍ଢାଶାଳ: କଣ୍ଟାବାଡ ପଞ୍ଚାୟତ ଭଗବତୀପୁର ଝୁମୁକା ଡ୍ୟାମ ନିକଟରେ ଭୋଜି କରୁଥିବା ବେଳେ ଆଜି ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଛି। ଝୁମୁକା ନିକଟକୁ ଚନ୍ଦକା ପିସିଆର ଯାଇ ଗଣ୍ଡଗୋଳ ସମାଧାନ କରିବା ଉଦ୍ୟମ କରିଥିଲେ। କିନ୍ତୁ କିଛି ଯୁବକ ମଦପିଇ ମତୁଆଲା ହେଇ ପୁଲିସକୁ ଗାଳିଗୁଲଜ କରିବା ସହିତ ଅମାନିଆ ହୋଇଥିଲେ।
ଘଟଣା ସ୍ଥଳରେ ଚନ୍ଦକା ଆଇଆଇସି ସ୍ମିତା ମହାନ୍ତି ପହଞ୍ଚି ସମସ୍ତଙ୍କୁ ମଦ ଚେକିଂ ପାଇଁ ପାଟିରେ ପାଇପ୍ ଭତ୍ତି କରିଥିଲେ। ୫୦/୬୦ କଣ୍ଟାବାଡ, ଭଗବତୀପୁର, ଭୋଳା, ମନେଇ ସାହିର ଯୁବକଙ୍କଗାଡି ଜବତ କରି ଚନ୍ଦକା ଥାନାକୁ ନେଇଥିଲେ। ଏହାକୁ ଭଗବତୀପୁର ଲୋକମାନେ ବିରୋଧ କରିଥିଲେ। କିନ୍ତୁ ଚନ୍ଦକା ଆଇଆଇସି ମାନି ନଥିଲେ। ଗାଁ ଲୋକେ ପିସିଆରକୁ ଅଟକାଇ ଦେଇଥିଲେ।
ଆହୁରି ପଢ଼ନ୍ତୁ: War Updates: ଆମେରିକା ଆକ୍ରମଣର ସନ୍ଦେହ ! ସମୁଦ୍ର ମଝିରେ ବୁଡ଼ିଲା ଇରାନର ବିଧ୍ୱଂସକ ଜାହାଜ, ୧୦୦ ନିଖୋଜ
ଚନ୍ଦକା ଆଇଆଇସି ଅଧିକ ପୁଲିସ ଆଣି ଭଗବତୀପୁର ଗାଁ ଲୋକଙ୍କୁ ଲାଠି ମାଡ ମାରିଥିବା ଦ୍ୱାରା ଗାଁ ଲୋକେ ମହିଳା ଓ ପୁରୁଷ ପୁଲିସ ଉପରକୁ ପଥର ମାଡକରିଥିଲେ ବୋଲି ଅଭିଯୋଗ ହୋଇଛି। ଏଥିରେ ଭଗବତୀପୁରର କିଛି ଲୋକ ଓ ପୁଲିସ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ୧୬୩ ଧାରା ଜାରି କରି ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/11/09/police-2025-11-09-01-45-55.jpg)