କଲୋମ୍ଵୋ: ଆମେରିକା ଓ ଇସ୍ରାଏଲ ସହିତ ବିବାଦ ମଧ୍ୟରେ, ଏକ ଇରାନୀ ନୌସେନା ବିଧ୍ୱଂସକ ଜାହାଜ, ଆଇରିସ୍ ଡେନା, ଭାରତର ଉପକୂଳରେ ବୁଡ଼ି ଯାଉଛି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଶ୍ରୀଲଙ୍କାର ସାମରିକ ବାହିନୀ ଶ୍ରୀଲଙ୍କା ଜଳସୀମାରେ ବୁଡ଼ି ଯାଉଥିବା ଇରାନୀ ଜାହାଜରେ ଥିବା ୩୦ ଜଣଙ୍କୁ ଉଦ୍ଧାର କରିଛି। ପୂର୍ବରୁ, ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଥିଲେ ଯେ ଇରାନୀ ଜାହାଜ ଜରୁରୀକାଳିନ ସେବା ପାଇଁ ସାହାଯ୍ୟ ମାଗିଥିଲା, ଏହାପରେ ଶ୍ରୀଲଙ୍କା ନୌସେନା ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ଆହତ ନାବିକମାନଙ୍କୁ ଦେଶର ଦକ୍ଷିଣରେ ଥିବା ଏକ ହସ୍ପିଟାଲକୁ ନିଆଯାଇଛି। ୧୮୦ ଜଣ କ୍ରୁଙ୍କୁ ନେଇ ଇରାନୀ ଫ୍ରିଗେଟ୍ ଯାଉଥିବା ବେଳେ ଆମେରିକା ଦ୍ଵାରା କୌଣସି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଜାହାଜଟି କିପରି ବୁଡ଼ିଗଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଆହୁରି ପଢନ୍ତୁ- Dead: ଯାଜପୁରରେ ନଦୀରେ ବୁଡ଼ିଗଲେ ଦୁଇ ଯୁବକ, ମହାନଦୀରେ ନାବାଳକ ମୃତ
ସେପଟେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) କେନ୍ଦ୍ରୀୟ ତେଲ୍ ଅବିଭ୍ରେ ଥିବା ହାକିରିଆ କମ୍ପ୍ଲେକ୍ସ ଉପରେ ସଫଳତାର ସହ ଆକ୍ରମଣ କରିଥିବା ଦାବି କରିଛି। ଏହାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ମୁଖ୍ୟ ସାମରିକ ମୁଖ୍ୟାଳୟ ଭାବରେ ବିବେଚନା କରାଯାଏ। ଆଇଆର୍ଜିସିର ଏରୋସ୍ପେସ୍ ଡିଭିଜନ ପ୍ରଭାବଶାଳୀ ଭାବରେ ଇସ୍ରାଏଲୀ ଯୁଦ୍ଧ ମନ୍ତ୍ରଣାଳୟ ଏବଂ ଜେନେରାଲ ଷ୍ଟାଫ୍ କାର୍ଯ୍ୟାଳୟ ତଥା ଆମେରିକା ଘାଟିକୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଦ୍ୱାରା ଟାର୍ଗେଟ କରି ୪୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। କ୍ଷେପଣାସ୍ତ୍ରଗୁଡ଼ିକ ଉଭୟ ଦେଶର ସାମରିକ ଏବଂ ରଣନୈତିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିବା ଆଇଆର୍ଜିସି କହିଛି।
ତେହେରାନ କହିଛି ଯେ ଇସ୍ରାଏଲର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଥିବା ଯାନ୍ତ୍ରିକ ତ୍ରୁଟି ଯୋଗୁ ଆମ ଆକ୍ରମଣ ସଫଳ ହୋଇଛି। ଫଳରେ କ୍ଷେପଣାସ୍ତ୍ରଗୁଡ଼ିକୁ ସମ୍ବେଦନଶୀଳ ସାମରିକ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଥିଲା। ରିପୋର୍ଟଗୁଡ଼ିକ ଏହା ମଧ୍ୟ ସୂଚିତ କରୁଛି ଯେ, କେନ୍ଦ୍ରୀୟ ତେ୍ଲ ଅବିଭ୍ର ଅଞ୍ଚଳରୁ ଧୂଆଁ ଉଠିବା ଦେଖାଯାଇଥିଲା। ତେବେ ଇସ୍ରାଏଲ ଏପର୍ଯ୍ୟନ୍ତ ଆକ୍ରମଣ କିମ୍ବା ଉଚ୍ଚ-ସୁରକ୍ଷା କମାଣ୍ଡ କମ୍ପ୍ଲେକ୍ସର କୌଣସି କ୍ଷତିକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ।
ଆହୁରି ପଢନ୍ତୁ- Attack: ଆମେରିକା ଘାଟି ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ
ଇରାନ କହିଛି , ଆମେ ଆମେରିକା ଏବଂ ଇସ୍ରାଏଲ ସହିତ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ଅଛୁ । ତେହେରାନ ଅନୁଯାୟୀ, ଏହି ଆକ୍ରମଣଗୁଡ଼ିକ ଇରାନୀ ନେତୃତ୍ୱ ବିରୋଧରେ ଇସ୍ରାଏଲ ଏବଂ ଆମେରିକା ଦ୍ୱାରା ସମ୍ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଜବାବରେ ନିଆଯାଉଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଏକ ଅଂଶ। ଆଇଆର୍ଜିସି ସୂଚିତ କରିଛି, ଆମର ଅଭିଯାନ ଜାରି ରହିବ। ଏହା ପୂର୍ବରୁ କତାର, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କୁଏତ ସମେତ ପଶ୍ଚିମ ଏସିଆରେ ଆମେରିକା ସହିତ ଜଡିତଥିବା ସ୍ଥଳଗୁଡ଼ିକୁ ଟାର୍ଗେଟ କରିଥିବା ଆଇଆର୍ଜିସି ଦାବି କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/04/new-project-1-2026-03-04-16-56-33.jpg)