ପଞ୍ଚମ ଶ୍ରେଣୀ ଛାତ୍ର ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ପ୍ରଥମ ଶ୍ରେଣୀ ଛାତ୍ରୀ: ୨ ଜଣ ଶିକ୍ଷକ ବରଖାସ୍ତ, ୭ ନିଲମ୍ବିତ

Advertisment
ପଞ୍ଚମ ଶ୍ରେଣୀ ଛାତ୍ର ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ପ୍ରଥମ ଶ୍ରେଣୀ ଛାତ୍ରୀ: ୨ ଜଣ ଶିକ୍ଷକ ବରଖାସ୍ତ, ୭ ନିଲମ୍ବିତ

ବୁଲନ୍ଦସହର୍‌: ଉତ୍ତରପ୍ରଦେଶଠାରେ ଘଟିଯାଇଛି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସରକାରୀ ସ୍କୁଲ୍‌ରେ ପଢୁଥିବା ଜନୈକା ପ୍ରଥମ ଶ୍ରେଣୀର ଛାତ୍ରୀ ସେହି ସ୍କୁଲ୍‌ରେ ପଢୁଥିବା ପଞ୍ଚମ ଶ୍ରେଣୀର ଛାତ୍ର ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି।

ନିଜ ଦାୟିତ୍ୱହୀନତା ପାଇଁ ସ୍କୁଲ୍‌ ପରିସର ମଧ୍ୟରେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଥିବାରୁ ସେହି ସ୍କୁଲ୍‌ର ୨ ଶିକ୍ଷା ମିତ୍ରଙ୍କୁ ଶନିବାର ବରଖାସ୍ତ କରାଯାଇଛି। ଏଥିସହିତ ଏହି ଘଟଣାରେ ଅନ୍ୟ ୭ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

publive-image

ସ୍କୁଲ୍‌ ପରିସରରେ ନାବାଳକ ଛାତ୍ର ଜଣକ ଏପରି ଲଜ୍ଜାଜନକ କାଣ୍ଡ କରୁଥିବା ବେଳେ ନାବାଳିକା ଛାତ୍ରୀ ଚିତ୍କାର କରି କାନ୍ଦିଥିଲେ। ସ୍ଥାନୀୟ ଲୋକେ ପୀଡ଼ିତାର ଚିତ୍କାର ଶୁଣି ଧାଇଁ ଆସିବାରୁ ସତ ପଦାକୁ ଆସିଥିଲା। ଘଟଣା ଘଟାଇ ଅଭିଯୁକ୍ତ ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲା।

ପୀଡ଼ିତାଙ୍କ ବାପା ମଙ୍ଗଳବାର ପଞ୍ଚମ ଶ୍ରେଣୀର ଉକ୍ତ ଦୁଷ୍କର୍ମକାରୀ ନାମରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁଯାୟୀ ଏ ସଂପର୍କରେ ସେ ପ୍ରଥମେ ସ୍କୁଲ୍‌ ପ୍ରିନ୍ସିିପାଲଙ୍କୁ ଜଣାଇଥିଲେ ମାତ୍ର ପ୍ରିନ୍ସିପାଲ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ତାଙ୍କୁ ପୁଲିସ୍‌ ସହାୟତା ନେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe