ଗଣଦୁଷ୍କର୍ମର ଶିକାର ହେବା ପରେ ସୁଇସାଇଡ୍‌ ନୋଟ୍‌‌ରେ ଅଭିଯୁକ୍ତଙ୍କ ନାଁ ଲେଖି ଜୀବନ ହାରିଲେ ୧୦ମ ଶ୍ରେଣୀ ଛାତ୍ରୀ

ଗଣଦୁଷ୍କର୍ମର ଶିକାର ହେବା ପରେ ସୁଇସାଇଡ୍‌ ନୋଟ୍‌‌ରେ ଅଭିଯୁକ୍ତଙ୍କ ନାଁ ଲେଖି ଜୀବନ ହାରିଲେ ୧୦ମ ଶ୍ରେଣୀ ଛାତ୍ରୀ

National Herald

ମିରଟ: ମିରଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ୧୦ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା ଟ୍ବିସନ୍‌ରୁ ଫେରିବା ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ପରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଲେଖି ଯାଇଥିବା ସୁଇସାଇଡ୍‌ ନୋଟ୍‌ରେ ଅଭିଯୁକ୍ତମାନଙ୍କ ନାମ ଉଲ୍ଲେଖ କରାଯାଇଛି।

ସରଦ୍ଧନା କୋତୱାଲି ଅଞ୍ଚଳସ୍ଥିତ ଏକ ଗ୍ରାମର ଏହି ଦଶମ ଶ୍ରେଣୀର ଛାତ୍ରୀ ଗୁରୁବାର ସଂଧ୍ୟାରେ ଗଣଦୁଷ୍କର୍ମର ଶିକାର ହେବା ପରେ ଘରକୁ ଫେରି ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ପୁଲିସ୍‌ ସୂଚନା ଦେଇଛି ଯେ ସ୍କୁଲ୍‌ ଛାତ୍ରୀ ଜଣକ ହସ୍ପିଟାଲ୍‌ରେ ଚିକିତ୍ସିତଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।

ପୁଲିସ୍‌ ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଥିବା ଅଭିଯୁକ୍ତଙ୍କ ନାମକୁ ଭିତ୍ତି କରି ଏବେ ସୁଦ୍ଧା ଲକ୍ଷ୍ମଣ, ବିକାଶ ଓ ପ୍ରକାଶଙ୍କୁ ଗିରଫ କରିଛି। ମିରଟର ଗ୍ରାମୀଣ ପୁଲିସ ଅଧୀକ୍ଷକ କେଶବ କୁମାର କହିଛନ୍ତି କି ବାଳିକାଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରିଥିବା ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି।

ସୁଇସାଇଡ୍‌ ନୋଟ୍‌ରେ ଲେଖାଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଲକ୍ଷ୍ମଣ ଓ ବିକାଶ ପୀଡ଼ିତାଙ୍କ ପ‌ଡ଼ୋଶୀ ଗ୍ରାମର ପିଲା। ଘରକୁ ଫେରିବା ପରେ ପୀଡ଼ିତା ଜଣକ ତା’ ବାପାମାଆଙ୍କୁ ସବୁ କଥା କହିବା ପରେ ବିଷ ପିଇ ଦେଇ‌ଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନେଇ ଯାଇଥିଲେ ବି ସେ ସେଠାରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe