Photo Credit: IANS
ଆଜମାଗଡ଼: ଦୁଇ ଜଣ ଭଉଣୀଙ୍କର ମର୍ଫଡ ଭିଡିଓ କରି ଚୀନର ସୋସିଆଲ୍ ନେଟ୍ୱର୍କିଂ ସାଇଟ୍ ‘ଟିକ୍ଟକ୍’ରେ ଅପ୍ଲୋଡ କରିବା ପରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରକୁ ପୁଲିସ୍ ଗିରଫ କରିିଛି। ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପୀଡ଼ିତା ଭଉଣୀ ଦ୍ବୟ ଟିକ୍ଟକ୍ରେ ସେମାନଙ୍କ ଭିଡିଓ ଦେଖିବା ପରେ ପୁଲିସ୍ରେ ଅଭିଯୋଗ ଆଣିଥିଲେ। ପୁଲିସ୍ ତତନ୍ତ କରିବାରୁ ଅଭିଯୁକ୍ତକୁ ଖୋଜି ପାଇଛି।
ଅଭିଯୁକ୍ତ ଜଣକ ହେଉଛନ୍ତି ପଙ୍କଜ ସାହାଣୀ। ବୟସ ୧୮ ବର୍ଷ। ଅଭିଯୁକ୍ତ ଜଣକ ପୁଲିସ୍ ସମ୍ମୁଖରେ କହିଛନ୍ତି ଯେ ସେ ଦୁଇ ଭଉଣୀଙ୍କୁ ଏକ ବିବାହ ଉତ୍ସବରେ ଭେଟିଥିଲେ। ସେମାନଙ୍କର କିଛି ଫଟୋ ସେ ସେଠାରେ ଉଠାଇଥିଲେ। ସେହି ଫଟୋକୁ ସେ ଫେସ୍ବୁକ୍ ଓ ଟିକ୍ଟକ୍ରେ ନକଲି ଆକାଉଣ୍ଟ୍ ଖୋଲି ଅପ୍ଲୋଡ କରିଥିିଲେ।
ଏ ନେଇ ଆଜମାଗଡ଼ ପୁଲିସ୍ ପକ୍ଷରୁ ଟିକ୍ଟକ୍କୁ ଏକ ନୋଟିସ୍ ପଠାଯାଇଛି। ଟିକ୍ଟକ୍ରେ କିପରି ଭିଡିଓଗୁଡ଼ିକର ଅପବ୍ୟବହାର ହେଉଛି ସେ ବିଷୟରେ ଅବଗତ କରାଯାଇଛି। ଅପରାଧିକ କାର୍ଯ୍ୟକଳାପ ଉପରେ ଟିକ୍ଟକ୍ ଧ୍ୟାନ ଦେଉ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
Follow Us