ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, ସ୍କୁଲ୍‌କୁ ଦୋଷୀ କଲେ ପରିବାର

Advertisment
ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, ସ୍କୁଲ୍‌କୁ ଦୋଷୀ କଲେ ପରିବାର

Image Courtesy of TOI

ନୋଏଡ଼ା: ମଙ୍ଗଳବାର ସନ୍ଧ୍ୟାରେ ଏକ ଘରୋଇ ସ୍କୁଲ୍‌ର ଜଣେ ନବମ ଶ୍ରେଣୀ ଛାତ୍ରୀ ନୋଏଡ଼ାସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି।

ଦୀଲ୍ଲୀର ଆଲକୋନ୍‌ ପବ୍ଲିକ୍‌ ସ୍କୁଲ୍‌ର ଏହି ଛାତ୍ରୀଙ୍କର ପରିବାରର ସଦସ୍ୟମାନେ ଅଭିଯୋଗ କରିଛନ୍ତି କି, ସ୍କୁଲ୍‌ ଶିକ୍ଷକଙ୍କ ଚାପ ଯୋଗୁଁ ସେ ଚରମ ପଦକ୍ଷେପ ଗ୍ରହଣ କଲା।
କୌଣସି କାମରେ ପରିବାର ଲୋକେ ବାହାରକୁ ଯାଇଥିଲେ। ଫେରିଲା ବେଳକୁ ଦେଖିଲେ କବାଟ ଭିତରୁ ବନ୍ଦ ରହିଛି। ସେମାନେ କବାଟ ଭାଙ୍ଗି ଦେଖିଲେ ସିଲିଂ ପଙ୍ଖାରେ ତା’ର ଶବ ଓହଳିଛି। ତୁରନ୍ତ ତାଙ୍କୁ କୈଳାଶ ହସ୍‌ପିଟାଲ୍‌କୁ ନିଆଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୋଠରିକୁ ତନ୍ନ ତନ୍ନ କରି ଖୋଜି ଥିଲେ ମଧ୍ୟ ପୁଲିସ କୌଣସି ସ୍ୟୁସାଇଡ୍‌ ନୋଟ୍‌ ପାଇ ନାହିଁ।

କେବଳ ପଢ଼ାପଢ଼ି ଯୋଗୁଁ ଚାପରେ ଥିବା ଛଡ଼ା ଅନ୍ୟ କୌଣସି କଥା ପରିବାର ଲୋକେ କହୁ ନାହାନ୍ତି। ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନେ ଉପାୟ ଖୋଜୁଛନ୍ତି।

ଏ ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା କଥା ପୁଲିସ କହିଛି। ବ୍ୟବଚ୍ଛେଦ ପାଇଁ ଶବ ପଠାଯାଇଛି। ରିପୋର୍ଟ ମିଳିବା ପରେ ଏବଂ ଅଭିଯୋଗ ଦାଏର ହେବା ପରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe