ସପ୍ତମ ଶ୍ରେଣୀ ନାବାଳିକାକୁ ୭ ମାସ ଧରି ଦୁଷ୍କର୍ମ କରୁଥିଲେ୨୨ ଦୁଷ୍କର୍ମକାରୀ

Advertisment
ସପ୍ତମ ଶ୍ରେଣୀ ନାବାଳିକାକୁ ୭ ମାସ ଧରି ଦୁଷ୍କର୍ମ କରୁଥିଲେ୨୨ ଦୁଷ୍କର୍ମକାରୀ

ଚେନ୍ନାଇ: ଚେନ୍ନାଇର ଏକ ଭୟାନକ ଅପରାଧ ସଂପର୍କରେ ସୂଚନା ମିଳିଛି। ସିକ୍ୟୁରିଟି ଗାର୍ଡ, ଏଲିଭେଟର ଅପରେଟର ଏବଂ ପ୍ଲମ୍ବର୍‌ ଆଦି ୨୨ ଜଣ ମିଶି ପୁରୁଷଓ୍ଵାକଲମ୍‌ଠାରେ ଥିବା ଏକ ଆପାର୍ଟମେଣ୍ଟ୍‌ରେ ଶୃତି ଶକ୍ତିରେ ଦୁର୍ବଳ ଥିବା ଜଣେ ୧୨ ବର୍ଷୀୟା ନାବାଳିକାକୁ ଲଗାତର ସାତ ମାସ ଧରି ଦୁଷ୍କର୍ମ କରି ଆସୁଥିଲେ। ଏ ସଂପର୍କରେ ପୁଲିସ୍‌ ପକ୍ଷରୁ ସୋମବାର ସୂଚନା ମିଳିଛି। ଏହି ଜଘନ୍ୟ ଅପରାଧରେ ୨୨ ଜଣ ସଂପୃକ୍ତ ଥିବା ବେଳେ ତଦନ୍ତକରୀ ଏବେ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରିଛନ୍ତି। publive-image

ଏମାନେ ସପ୍ତମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ସହ ଏପରି ଘୃଣ୍ୟ କାର୍ଯ୍ୟ କରିବା ପାଇଁ ପ୍ରଥମେ ତାକୁ ଇନ୍‌ଜେକ୍ସନ ଦ୍ୱାରା ନିଶା ଦେଇ ଦଉଥିଲେ। ଖାଲି ସେତିକି ନୁହେଁ ସେମାନେ ମୃଦୁ ପାନୀୟରେ ନିଶା ମିଳାଇବା ସହ କିଛି ଶୁଙ୍ଘାଇବା ଦ୍ୱାରା ବି ବେହୋସ କରାଇ ଏପରି ମନ୍ଦ କାର୍ଯ୍ୟ କରୁଥିଲେ। ସେମାନେ ଏପରି ମୁହୂର୍ତ୍ତର ଭିଡିଓ ସୁଟ୍‌ ବି କରିଥିଲେ ବୋଲି ତଦନ୍ତକାରୀ ଜଣାଇଛନ୍ତି। ଏହି ଭିଡିଓ ଦେଖାଇ ସେମାନେ ନାବାଳିକାକୁ ଧମକ ଦେଉଥିଲେ। କାହାକୁ ଏ ସଂପର୍କରେ କହିଲେ ସେମାନେ ଭିଡିଓକୁ ଇଣ୍ଟର୍‌ନେଟ୍‌ରେ ଛାଡ଼ିଦେବେ ବୋଲି ଧମକ ଦେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe