Image Courtesy of TOI
ଚେନ୍ନାଇ: ଦୁଇ ଦିନ ତଳେ ଏକ ସରକାରୀ ସ୍କୁଲ୍ରେ ଅଚେତ ହୋଇ ପଡ଼ିଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାକୁ ନିଆଯିବା ପରେ ସେ ଅନ୍ତଃସତ୍ତ୍ୱା ହୋଇଥିବା କଥା ଡାକ୍ତରଖାନା ତରଫରୁ ନିଶ୍ଚିତ କରାଯାଇଛି। ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶନିବାର ଦିନ ପୁଲିସ ଗିରଫ କରିଥିବା ସେ ଝିଅଙ୍କର ଜଣେ ୨୭ ବର୍ଷିୟ ପଡ଼ୋଶୀଙ୍କୁ ଅଦାଲତ କାରାଗାରକୁ ପଠାଇ ଦେଇଛନ୍ତି।
ଅନ୍ତଃସତ୍ତ୍ୱା ବୋଲି ଘରୋଇ ଡାକ୍ତରଖାନା ନିଶ୍ଚିତ କରିବା ପରେ, ବାଳିକାର ମାଆ ତାକୁ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଏକ ପରୀକ୍ଷା କରାଇବା ପରେ ଡାକ୍ତରମାନେ ପୁଲିସକୁ ସୂଚନା ଦେଇଥିଲେ କି, ଜଣେ ଅନ୍ତଃସତ୍ତ୍ୱା ସ୍କୁଲ୍ ଛାତ୍ରୀଙ୍କର ଗର୍ଭପାତ କରାଯିବାକୁ ଅଣାଯାଇଛି।
ସୂଚନା ଆଧାରରେ, ପୁଲିସ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଅଧିକ ତଦନ୍ତ ପାଇଁ ଥାନାକୁ ନେବା ପୂର୍ବରୁ ସେ ଝିଅ ଓ ତା’ ମାଆଙ୍କୁ ପଚରା ଉଚୁରା କରିଥିଲା। ମାଆ ପୁଲିସକୁ କହିଥିଲେ ଯେ ଝିଅ ତାଙ୍କ ଘର ପାଖରେ ବସବାସ କରୁଥିବା ଜଣେ ନିର୍ମାଣ ଶ୍ରମିକଙ୍କ ପ୍ରେମରେ ପଡ଼ି ଯାଇଥିଲା।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ତିନି ବର୍ଷ ହେବ ଉଭୟ ଉଭୟଙ୍କୁ ଜାଣିଛନ୍ତି। ଝିଅ ସ୍କୁଲ୍ରୁ ଏବଂ ଶ୍ରମିକ କାର୍ଯ୍ୟରୁ ଫେରିବା ପରେ ପରସ୍ପରକୁ ସବୁବେଳେ ଭେଟୁଥିଲେ। ଝିଅର ବାପା ଜଣେ କୁଲି ଏବଂ ତାଙ୍କ ପରିବାର ଉତ୍ତର ଚେନ୍ନାଇ ନିକଟସ୍ଥ ଏକ ଭଡ଼ା ଘରେ ରହନ୍ତି।
ମାମଲାଟିକୁ ଏକ ସମ୍ପୂର୍ଣ୍ଣ-ମହିଳା ଥାନାକୁ ସ୍ଥାନାନ୍ତର କରାଯାଇଛି। ପିଓସିଏସ୍ଓ ଆକ୍ଟ୍ରେ ଏକ ମାମଲା ରୁଜୁ କରାଯାଇଛି।
Follow Us