ଟ୍ରେନ ଭିତରେ ସାପର ଭୟ ଦେଖାଇ ଟଙ୍କା ଆଦାୟ

Advertisment

ଉତ୍ତରଭାରତର ଟ୍ରେନର ଜେନନେରାଲ ବଗିରେ ଯାତ୍ରୀଙ୍କ ଭିଡ଼ ଭିତରେ ଜଣେ ବ୍ୟକ୍ତି ବେକରେ ହାତରେ ସାପ ଗୁଡ଼ାଇ ହୋଇ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଘଟଣାର ଭିଡିଓ ଭାଇରାଲ।

Updated On

ଉତ୍ତରଭାରତର ଟ୍ରେନର ଜେନନେରାଲ ବଗିରେ ଯାତ୍ରୀଙ୍କ ଭିଡ଼ ଭିତରେ ଜଣେ ବ୍ୟକ୍ତି ବେକରେ ହାତରେ ସାପ ଗୁଡ଼ାଇ ହୋଇ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଘଟଣାର ଭିଡିଓ ଭାଇରାଲ।

ଅଦ୍ୟତନ ହୋଇଛି
we4

 
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଟ୍ରେନ ଭିତରେ ଯାତ୍ରୀଙ୍କ ଭିଡ଼ ଥିବା ବେଳେ ଜଣେ ବ୍ୟକ୍ତି ତିନିଟିସାପ ଧରି ଚଢ଼ିଥିବା ଦେଖିବାକୁ ମିଳିଛି।

ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ ଏହି ଦୃଶ୍ୟ କୌଣସି ଉତ୍ତରଭାରତର ଟ୍ରେନର ଜେନନେରାଲ ବଗି ଭିତରର ବୋଲି କୁହାଯାଉଛି।  ଏଥିରେ ଜଣେ ବ୍ୟକ୍ତି ବେକରେ ଓ ହାତରେ ସାପ ଗୁଡ଼ାଇ ହୋଇ ଏକ ଝୁଡ଼ିରେ ନାଗସାପ ଧରି ଟ୍ରେନ ଭିତରେ ଚଢ଼ିଥିଲେ।  ଲୋକଙ୍କ ଗହଳି ଭିତ‌ରେ ସେ ସାପର ଭୟ ଦେଖା ଟଙ୍କା ମାଗୁଥିବା ଦେଖିବାକୁ ମିଳୁଛି। 

ଏହି ଲୋମଟାଙ୍କୁରା ଘଟଣାର ଦୃଶ୍ୟକୁ କେରଳର ଜଣେ ଟ୍ରାଭେଲ ଇନଫ୍ଲୁଏନ୍ସର ଅଶ୍ବିନ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। 

ଏହି ଭିଡିଓରେ ଇନଫ୍ଲୁଏନ୍ସର ଅଶ୍ବିନ କହିଛନ୍ତି, ‘ମୁଁ ଟ୍ରେନରେ ଯାତ୍ରା କରିବା ସମୟରେ ଶୋଇବାକୁ ଯାଉଥିଲି। ଏହି ସମୟରେ ଜଣେ ବ୍ୟକ୍ତି ମୋ ଉପରେ ନାଗ ସାପ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ମୁଁ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇଯାଇଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe