ଦିଲ୍ଲୀ ଏୟାରପୋର୍ଟ ଏୟାର ଇଣ୍ଡିଆ ଲାଉଞ୍ଜରେ ଯାତ୍ରୀଙ୍କ ଖାଦ୍ୟ ଥାଳିରୁ ବାହାରିଲା ଅସରପା

Advertisment
ଦିଲ୍ଲୀ ଏୟାରପୋର୍ଟ  ଏୟାର ଇଣ୍ଡିଆ ଲାଉଞ୍ଜରେ ଯାତ୍ରୀଙ୍କ ଖାଦ୍ୟ ଥାଳିରୁ ବାହାରିଲା ଅସରପା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଯାତ୍ରୀଙ୍କ ଖାଦ୍ୟରେ ପୁଣି ଥରେ ଅସରପା ବାହାରିବା ଘଟଣା ମଙ୍ଗଳବାର ସୋସିଆଲ ମିଡିଆରେ ଆସିବାରେ ହଇଚଇ ସୃଷ୍ଟି କରିଛି। ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀ ଯାତ୍ରା କରୁଥିବା ସମୟରେ ତାଙ୍କର ଖାଦ୍ୟ ଥାଳିରେ ଅସରପା ବାହାରିଥିବା ନେଇ ସେ ଟୁଇଟରରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଥାଳିରେ ଅସରପା ଥିବାର ଏକ ଫଟୋ ପୋଷ୍ଟ କରିଥିଲେ।

publive-image

ଏହି ଯାତ୍ରୀଙ୍କ ନାମ ହରିନ୍ଦର ବେଓ୍ଵଜା। ସେ ଟୁଇଟରରେ ଦିଲ୍ଲୀ ଏୟାରପୋର୍ଟର ଲାଉଞ୍ଜରେ ବିଜନେସ୍‌ ଓ ଫାଷ୍ଟ କ୍ଲାସ୍‌ ଯାତ୍ରୀଙ୍କୁ ଖାଦ୍ୟରେ ଅସରପା ଦିଆ ଯାଉଥିବା ନେଇ ଟୁଇଟ କରି ଏୟାର ଇଣ୍ଡିଆକୁ ଟ୍ୟାଗ୍‌  କରିଥିଲେ।

publive-image

ତେବେ ମହିଳାଙ୍କ ଏହି ଟୁଇଟ ପରେ ଲୋକମାନେ ଏୟାର ଇଣ୍ଡିଆର ମଜାକ୍‌ ଉଡାଇବାରେ ଲାଗିଥିଲେ। କେହିକେହି କହିଥିଲେ ଆରେ! ପୁଣିଥରେ ଏୟାର ଇଣ୍ଡିଆରେ ନନ୍‌-ଭେଜ୍‌ ପରାସା ଗଲାଣି !

ଉଲ୍ଲେଖଯୋଗ୍ୟ, କିଛିବର୍ଷ ପୂର୍ବ ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଅଭିଯୋଗ ଆଣି କହିଥିଲେ, ତାଙ୍କ ଖାଦ୍ୟରେ ଝିଟିପିଟି ବାହାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe