ନିଛାଟିଆ ରାସ୍ତା‌ ମଝିରେ ଅଟକାଇ ପ୍ରେମିକ ସାମ୍ନାରେ ପ୍ରେମିକାକୁ ଗଣଦୁଷ୍କର୍ମ

Advertisment
ନିଛାଟିଆ ରାସ୍ତା‌ ମଝିରେ ଅଟକାଇ ପ୍ରେମିକ ସାମ୍ନାରେ ପ୍ରେମିକାକୁ ଗଣଦୁଷ୍କର୍ମ

ଚେନ୍ନାଇ: ଚୋରି, ଡକାୟତି, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ଆଜିକାଲି ସମୟ ପାଇଁ ଏକ ନିତିଦିନିଆ କଥା ପାଲଟିଗଲାଣି। ଏ ସଂକ୍ରାନ୍ତରେ ପୁଲିସ୍‌ର  ତତ୍ପରତା ବୃଦ୍ଧି ପାଇବା ପରେ ବି ଏସବୁକୁ ପୂରା ରୋକି ହେଉନାହିଁ। ପ୍ରତିଦିନ କିଛି ନା କିଛି ଲୋମଟାଙ୍କୁରା ଘଟଣା ଦୃଷ୍ଟିକୁ ଆସିବାରେ ଲାଗିଛି।

ତାମିଲନାଡୁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ କଲେଜ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ପ୍ରେମିକଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଛୁରୀ ଦେଖାଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ସୂଚନା ମିଳିଛି ।

ଗୁରୁବାର ସଂଧ୍ୟାରେ କଲେଜ୍‌ ଛାତ୍ରୀ ଜଣକ ତାଙ୍କର ସହପାଠୀ ପୁରୁଷ ବନ୍ଧୁଙ୍କ ସହ କାଞ୍ଚିପୁରମ୍‌ ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳକୁ ଯାଉଥିବା ବେଳେ କିଛି ଅସାମାଜିକ ଯୁବକ ସେମାନଙ୍କୁ ଏକାଟିଆ ପାଇ ବାଟ ରୋକି ଥିଲେ।

ସେମାନଙ୍କୁ ବାଟରେ ଅଟକାଇ ମାସ୍କ ପିନ୍ଧିଥିବା ୨ ଜଣ ମଦ୍ୟପ ପ୍ରଥମେ ଆକ୍ରମଣ କଲେ। ଏହା ପରେ ପରେ ଆଉ ୪ ଜଣ ଆସି ସେମାନଙ୍କ ସହ ମିଶିଗଲେ। ତା’ପରେ  ପ୍ରେମିକଙ୍କ ସମ୍ମୁଖରେ ସେମାନେ ଯୁବତୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ।

ଯୁବତୀଙ୍କ  ଅଭିଯୋଗରେ ଦର୍ଶାଯାଇଛି ଯେ ମଦ୍ୟପ ଦୁର୍ବୃତ୍ତ ଯୁବତୀଙ୍କୁ ଛୁରୀ ଦେଖାଇ ଅନ୍ଧାରୁଆ ସ୍ଥାନକୁ ନେଇ ଯାଇଥିଲେ। ତା’ପରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ଏବେ ସୁଦ୍ଧା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଷଷ୍ଠ ଜଣଙ୍କୁ ଖୋଜିବା ପାଇଁ ପୁଲିସ୍‌ ସର୍ଚ ଅପରେସନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe