କୋଏମ୍ବାଟୁର: ଗଣଦୁଷ୍କର୍ମ ଘଟଣାରେ ବଡ଼ ଆକ୍ସନ ନେଲା ପୁଲିସ। ତାମିଲନାଡୁର କୋଏମ୍ବାଟୁର ଅଞ୍ଚଳରେ ରବିବାର ଜଣେ କଲେଜ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ନିଜ ପୁରୁଷ ବନ୍ଧୁଙ୍କ ସହ କାରରେ ବସିଥିବା ବେଳେ ୩ଜଣ ଅଭିଯୁକ୍ତ ଆସି କାର୍‌ର ସାମ୍ନା କାଚ ଭାଙ୍ଗିଥିଲେ। ଏହା ପରେ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଛାତ୍ରୀଙ୍କୁ ଟେକି ନେଇଥିଲେ। ଏହି ଘଟଣାରେ ଏବେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗୁଳି କରିଥିବା ସାମ୍ନାକୁ ଆସିଛି। ତେବେ ଗୁଳି ଗୋଡ଼‌ରେ ବାଜିଥିବାରୁ ୩ଜଣ ଜୀବିତ ଅଛନ୍ତି। 

Advertisment

ଗୁଳି ବାଜିଥିଲେ ବି ଜୀବିତ ଅଛନ୍ତି ୩ଅଭିଯୁକ୍ତ

ପୁଲିସର କହିବା ଅନୁଯାୟୀ, ଗିରଫ କରାଯିବା ସମୟରେ ଖସିଯିବାକୁ ଚେଷ୍ଟା କରିବାରୁ ତିନିଜଣଙ୍କ ଗୋଡକୁ ଗୁଳି କରାଯାଇଥିଲା। ପରେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ରବିବାର ରାତିରେ ଘଟିଥିବା ଆଶ୍ଚର୍ଯ୍ୟଜନକ ଘଟଣା ପରେ ଏହି ଗିରଫଦାରୀ ହୋଇଛି। ରବିବାର ରାତିରେ କୋଏମ୍ବାଟୁର ଅନ୍ତର୍ଜାତୀୟ ବିମାନବନ୍ଦର ପଛପଟେ ଥିବା ବୃନ୍ଦାବନ ନଗର ନିକଟରେ ଜଣେ ୨୦ ବର୍ଷୀୟ ସ୍ନାତକୋତ୍ତର ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିଲା। ରାତି ପ୍ରାୟ ୧୦.୩୦ ସମୟରେ ପୀଡ଼ିତା ମହିଳାଜଣକ ତାଙ୍କ ପ୍ରେମିକଙ୍କ ସହ ପାର୍କ ହୋଇଥିବା କାରରେ ବସି ଥିଲେ। ଏହି ସମୟରେ ତିନି ଜଣ ଅଜଣା ବ୍ୟକ୍ତି ଏକ ଚୋରି ଦୁଇ ଚକିଆ ଗାଡ଼ିରେ ଆସି କାରର ସାମ୍ନା କାଚ ଭାଙ୍ଗି ଦେଇଥିଲେ ଏବଂ ପୀଡ଼ିତାଙ୍କୁ ଅପହରଣ କରିବା ପୂର୍ବରୁ ଅସ୍ତ୍ରଶସ୍ତ୍ରରେ ପ୍ରେମିକକୁ ଆକ୍ରମଣ କରିଥିଲେ। ଭୋର ୪.୩୦ ସମୟରେ ପୀଡ଼ିତାଙ୍କୁ ଏକ ଜନଶୂନ୍ୟ ସ୍ଥାନରେ ଫିଙ୍ଗି ଅଭିଯୁକ୍ତମା‌ନେ ଫେରାର ହୋଇଯାଇଥିଲେ। ଏବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି।

ଆହୁରି ପଢ଼ନ୍ତୁ: Jaipur Truck Accident: ବ୍ରେକ୍ ଫେଲ୍ ହୋଇନଥିଲା, ଝଗଡ଼ା ପରେ ରାଗରେ ୫୦ଜଣଙ୍କ ଉପରେ ଗାଡ଼ି ଚଢ଼ାଇଥିଲା ଚାଳକ

ଆହୁରି ପଢ଼ନ୍ତୁ: Statement bjp jay dholkia naveen pattnaik ବାପା ରାଜେନ୍ଦ୍ର ଢୋଲକିଆ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ କୁଆଡ଼େ ଥିଲେ ନବୀନ ପଟ୍ଟନାୟକ ? ଜୟ ଢୋଲକିଆ