ବିଜେପି କର୍ମକର୍ତ୍ତାଙ୍କ ଆତ୍ମହତ୍ୟା : ସୁଇସାଇଡ୍ ନୋଟରେ ସାଂଘାତିକ ଅଭିଯୋଗ

Advertisment
ବିଜେପି କର୍ମକର୍ତ୍ତାଙ୍କ ଆତ୍ମହତ୍ୟା : ସୁଇସାଇଡ୍ ନୋଟରେ ସାଂଘାତିକ ଅଭିଯୋଗ

ଜୀରକପୁର: ମିଛ ମାମଲା ରୁଜୁ କରିବା ଏବଂ ଲାଞ୍ଚ ନେବା ମାମଲାରେ ଅନେକ ଥର ବିବାଦରେ ରହିଥିବା ପଞ୍ଜାବ ପୁଲିସ ପୁଣି ଥରେ ବିବାଦରେ ଛନ୍ଦି ହୋଇଯାଇଛି । ଜଣେ ବିଜେପି କର୍ମକର୍ତ୍ତାଙ୍କ ଆତ୍ମହତ୍ୟା ପରେ ପଞ୍ଜାବ ପୁଲିସ ବିବାଦ ଘେରକୁ ଆସିଛି ।

ପେସାରେ ଜଣେ ଓକିଲ ଥିବା ବିଜେପି କର୍ମକର୍ତ୍ତା ବଲଟାନା ପୁଲିସ ଷ୍ଟେସନ ଇନଚାର୍ଜ ସମେତ ୬ ଜଣଙ୍କ ନାମ ଅଭିଯୋଗ ଆଣି ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ତ୍ରିବେଦୀ କ୍ୟାମ୍ପ ନିବାସୀ ଦୀପକ କୁମାର ବୋଲି ଜଣାପଡ଼ିଛି। ମୃତକ ଦୀପକ କୁମାର ଇନକମ୍‌ ଟ୍ୟାକ୍ସ୍‌ର ଓକିଲ ଭାବେ କାମ କରିବା ସହିତ ଜୀରକପୁରରେ ଏକ ହୋଟେଲକୁ ଲିଜ୍‌ରେ ନେଇ ଚଳାଉଥିଲେ।

ତେବେ ବିଭିନ୍ନ ସମୟରେ ବଲଟାନା ଥାନାର ପୁଲିସ ଅଧିକାରୀ କୁଲବନ୍ତ ସିଂ ଏବଂ ଆଉ ୫ଜଣ ବ୍ୟକ୍ତି ତାଙ୍କୁ ହଇରାଣ ହରକତ କରୁଥିଲେ । ଏହାକୁ ସେ ସହ୍ୟ କରି ନପାରି ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟ୍‌ରେ ଲେଖିଛନ୍ତି । ମୃତକଙ୍କ ସମ୍ପର୍କୀୟଙ୍କ ହାତରେ ଏହି ସୁଇସାଇଡନୋଟ ଲାଗିବା ପରେ ସେମାନେ ଉତ୍ତେଜନା ଆରମ୍ଭ କରି ଦେଇଥିଲେ। ସୁଇସାଇଡ ନୋଟରେ ଲେଖାଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଲିସ ଷ୍ଟେସନରେ ଧାରଣାରେ ବସିଥିଲେ।

ମିଳିଥିବା ସୂଚନା ଅନୁସାରେ, ୪୩ ବର୍ଷୀୟ ଦୀପକ କୁମାର, ପ୍ରୀତ କଲେନୀରେ ରହୁଥିବା ତାଙ୍କ ବନ୍ଧୁଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେଠାରେ ସେ ତାଙ୍କର ଅଫିସ ଚଳାଉଥିଲେ ବୋଲି ଜଣାପଡ଼ିଛି। ଗତ ରବିବାର ଦିନ ସନ୍ଧ୍ୟାରୁ ତାଙ୍କର ଫୋନ୍ ଲାଗୁ ନଥିବା ପରିବାର ଲୋକ କହିଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ବନ୍ଧୁଙ୍କୁ ଜଣାଇଥିଲେ । ଏହାପରେ ଦୀପକଙ୍କୁ ନିଜ ଅଫିସରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଏହି ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe