ଗୋଲ୍ଡକୋଷ୍ଟ୍: ଏପ୍ରିଲ୍ ୪ ତାରିଖରୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ୍ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବାକୁ ଯାଉଛି। ଏହି କ୍ରୀଡ଼ାର ଖବର ସଂଗ୍ରହ ଓ ପ୍ରସାରଣ କରିବାକୁ ଭାରତରୁ ଆସିଥିବା ୮ ଜଣ ନକଲି ସାମ୍ବାଦିକଙ୍କୁ ବୁଧବାର ଅଷ୍ଟ୍ରେଲିଆ ସୀମାବଳ (ଏବିଏଫ୍) ଗିରଫ କରିଛି। ଏବିଏଫ୍ ଅନୁସାରେ ରାକେଶ କୁମାର ଶର୍ମା (୪୬ ବର୍ଷ) ଏବଂ ତାଙ୍କ ସାଥୀଙ୍କୁ ନେଇ ଆସିଥିବା ଏକ ଗୋଷ୍ଠୀ ନିଜକୁ ସାମ୍ବାଦିକ ପରିଚୟ ଦେଇ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। କିନ୍ତୁ ବ୍ରିସ୍ବେନ୍ ବିମାନବନ୍ଦରରେ ଯାଞ୍ଚ୍ ବେଳେ ଏମାନେ ଆବଶ୍ୟକ କାଗଜପତ୍ର ଦେଖାଇପାରିନଥିଲେ। ହେଲେ ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ପାଖରେ ନକଲି ମିଡିଆ ସ୍ୱୀକୃତିପତ୍ର ଦେଖିବାକୁ ମିଳିଥିଲା। ତେବେ ରାକେଶଙ୍କ ବିରୋଧରେ ମାନବ ଚାଲଣ ଏବଂ ନକଲି କାଗଜପତ୍ର ମାମଲା ଦାୟର କରାଯାଇ ଗୁରୁବାର କୋର୍ଟ ଚାଲଣ କରାଯାଇଛି। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନକଲି ସାମ୍ବାଦିକ ପରିଚୟପତ୍ର ରଖିଥିବା ୮ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ଅଧିକ ଯାଞ୍ଚ୍ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଏବିଏଫ୍ ପକ୍ଷରୁ କୁହାଯାଇଛି।
ସିଲି ପଏଣ୍ଟ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଆସି ନକଲି ଭାରତୀୟ ସାମ୍ବାଦିକ ଗିରଫ
Advertisment
Follow Us