ଦୀପାବଳିରେ ବାଣ ଫୁଟେଇବାରୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ, ୧୯ ଜଣଙ୍କୁ ଅଟକ ରଖିଲା ପୁଲିସ୍‌

Advertisment
ଦୀପାବଳିରେ ବାଣ ଫୁଟେଇବାରୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ, ୧୯ ଜଣଙ୍କୁ ଅଟକ ରଖିଲା ପୁଲିସ୍‌

www.ndtv.com

ଭଡ଼ୋଦରା: ଗୁଜୁରାଟର ଭଡ଼େ‌ାଦରାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗତକାଲି ସାରା ଦେଶରେ ଦୀପାବଳି ପାଳନ ହୋଇଥିବା ବେଳେ ଏହାକୁ ନେଇ ଉପୁଜିଛି ବିବାଦ। ଦୀପାବଳିରେ ବାଣ ମାରିବାକୁ ନେଇ ଦୁଇ ସଂପ୍ରଦାୟ ମଧ‌ରେ ବିବାଦ ଉପୁଜିଛି। ସାମାନ୍ୟ କଥାକୁ ନେଇ ବିବାଦ ଖୁବ୍ ବଡ଼ ଧରଣର ହୋଇଥିଲା। ଏହି ବିବାଦରେ ପୁଲିସ୍‌ ସମୁଦାୟ ୧୯ ଜଣଙ୍କୁ ଅଟକ ରଖିଥିବା ସୂଚନା ରହିଛି। ମଙ୍ଗଳବାର ରାତି ପ୍ରାୟ ୧୨.୩୦ ସମୟରେ ଏହି ବିବାଦ ଉପୁଜିଥିଲା ବୋଲି ସୂଚନା ରହିଛି।

ଭଡ଼େ‌ାଦରାର ଡିସିପି ଯଶପାଲ୍‌ ଜଗନିଆ ଗଣମାଧ୍ୟମରେ ଏ ନେଇ ନିଜର ବୟାନ ଦେଇ କହିଛନ୍ତି ‌ଯେ ଅଟକ ରହିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିଜ ଘରର ତୃତୀୟ ମହଲାରୁ ପୁଲିସ୍‌ ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗିଥିଲେ। ତେବେ ଏହି ଗଣ୍ଡଗୋଳରେ କେହି ଆହତ ହୋଇନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଏକ ପାର୍କିଂ ସ୍ଥାନରେ ବାଣ ପଡ଼ିବାରୁ ଏକ ମଟରସାଇକେଲ୍‌ରେ ନିଆ ଲାଗି ଯାଇଥିଲା। ଏହି କଥାକୁ ନେଇ ବିବାଦ ଉପୁଜିଥିଲା। ଏହି ବାଣ ଫୁଟିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବା ପରେ ସେମାନେ ରକେଟ୍‌ ବୋମା ଓ ପରେ ପଥର ଫିଙ୍ଗା ଫିଙ୍ଗି ହୋଇଥିଲେ।

ଏହି ଘଟଣା ଘଟିବା ପରେ ସଂପୃକ୍ତ ଅଞ୍ଚଳରେ ଏବେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଉଭୟ ଗୋଷ୍ଠୀରୁ ସନ୍ଦିଗ୍ଧଙ୍କୁ ପୁଲିସ୍‌ ଧରି ନେଇ ଅଟକ ରଖିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe