ଯୁବତୀଙ୍କୁ ପ୍ରେମ ପ୍ରତାରଣା : କନେଷ୍ଟବଳ ଗିରଫ

Advertisment
ପମ୍ପ୍‌ ଚୋରି ଅଭିଯୋଗରେ ଜଣେ ଗିରଫ

ବଣାଇଁଗଡ଼/ଲହୁଣୀପଡ଼ା : ବିବାହର ପ୍ରତିଶ୍ରୁତି ଦେଇ ଜନୈକା ଯୁବତୀଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ମହୁଲପଦା ଥାନା ଅନ୍ତର୍ଗତ ବାଙ୍କି ଗ୍ରାମର ଗୁରୁଚରଣ ନାଏକ(୩୦)ଙ୍କୁ ଲହୁଣୀପଡ଼ା ପୁଲିସ ଗିରଫ କରିଛି।  ଗିରଫ ଗୁରୁଚରଣ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି।  ସେ ପୁଲିସ ବିଭାଗରେ ଓଏପିଏଫ୍‌-୮୧ରେ କାର୍ଯ୍ୟ କରୁଥିବାବେଳେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ପୋଇଗାଁ ଗ୍ରାମର ଜନୈକା ୨୭ ବର୍ଷିୟା ଯୁବତୀଙ୍କୁ ପ୍ରେମ କରୁଥିଲେ। ଗୁରୁଚରଣ ସଂପୃକ୍ତା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ଆସୁଥିଲେ। ବାରମ୍ବାର ଶାରୀରିକ ସଂପର୍କ ଯୋଗୁଁ ଯୁବତୀ ଜଣଙ୍କ ଅନ୍ତସତ୍ତ୍ୱା ହୋଇଥିଲେ। ବିବାହ ପାଇଁ ଯୁବତୀ କହି ଆସୁଥିବାବେଳେ ଗୁରୁଚରଣ ବିଭିନ୍ନ ଆଳ ଦେଖାଇ ଏହାକୁ ଏଡାଇ ଚାଲିଥିଲେ। ତେବେ ଗୁରୁଚରଣଙ୍କର ପରିବାର ଲୋକେ ତାଙ୍କ ବିବାହ ଅନ୍ୟତ୍ର କରିବାକୁ ପ୍ରସ୍ତୁତି ଚଳାଇଥିବା ସଂପର୍କରେ ପୀଡ଼ିତା ଯୁବତୀ ଜଣଙ୍କ ଜାଣିବା ପରେ ଅନ୍ୟୋପାୟ ହୋଇ ନ୍ୟାୟ ପାଇଁ ଲହୁଣୀପଡ଼ା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଅଭିଯୁକ୍ତ ଗୁରୁଚରଣକୁ ଗିରଫ କରିବା ସହ ଉଭୟ ପୀଡ଼ିତାଙ୍କ  ସମେତ ତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe