କଂଗ୍ରେସ ବିଧାୟକଙ୍କ ବିରୋଧରେ ଯୁବତୀଙ୍କ ଦୁଷ୍କର୍ମ ଅଭିଯୋଗ: ଦୁଷ୍କର୍ମର ଭିଡିଓ କରି ବ୍ଲାକମେଲିଂ କରୁଥିଲେ

Advertisment
କଂଗ୍ରେସ ବିଧାୟକଙ୍କ ବିରୋଧରେ ଯୁବତୀଙ୍କ ଦୁଷ୍କର୍ମ ଅଭିଯୋଗ: ଦୁଷ୍କର୍ମର ଭିଡିଓ କରି ବ୍ଲାକମେଲିଂ କରୁଥିଲେ

samaa.tv

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଏଟର ବିଧାନସଭାର କଂଗ୍ରେସ ଏମଏଲଏ ହେମନ୍ତ କଟାରେଙ୍କ ଉପରେ ମହିଳା ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ତେବେ ପୂର୍ବରୁ କଟାରେ ଏହି ମହିଳାଙ୍କ ବିରୋଧରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଅନୁଯାୟୀ ଦୁଷ୍କର୍ମ ପୀଡ଼ିତାଙ୍କୁ ଜାନୁଆରୀ ୨୪ ତାରିଖରେ ଗିରଫ କରିଥିଲା ସ୍ଥାନୀୟ ପୁଲିସ ।

publive-image one india

ଭୋପାଲ ସେଣ୍ଟ୍ରାଲ ଜେଲ୍‌ରେ ଥିବା ପୀଡ଼ିତା ଜଣଙ୍କ ଜାନୁଆରୀ ୩୧ ତାରିଖ ଦିନ ଲିଖିତ ଭାବେ ଭୋପାଲ ଡିଜିପିଙ୍କୁ ଅଭିଯୋଗ ଦେଇଛନ୍ତି। “ଏକ ଏନଜିଓ ଦ୍ୱାରା ଆୟୋଜିତ ହୋଇଥିବା ଉତ୍ସବରେ ମୋର ଏମଏଲଏ କଟାରେଙ୍କ ସହ ଦେଖା ହୋଇଥିଲା । ସେଠାରେ ସେ ମୋର ଫୋନ ନମ୍ବର ନେଇଥିଲେ। ପରେ ସେ ଜୁନା ଜିମକୁ ମତେ ଡ଼ାକି ସେଠାରେ ମୋ ସହ ଦୁଷ୍କର୍ମ କରିଥିଲେ । ଏମଏଲଏ ଜଣଙ୍କ ସେହି ସମୟର ଫଟୋ ଉଠାଇଥିଲେ । ପରେ ସେ ମୋ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ଏବଂ ମୁଁ ପ୍ରତିରୋଧ କଲେ ସେହି ଫଟୋକୁ ଗଣମାଧ୍ୟମରେ ଛାଡ଼ିଦେବାର ଧମକ ଦେଇଥିଲେ” ବୋଲି ଲିଖିତ ଭାବେ ପୁଲିସକୁ ଜଣାଇଛନ୍ତି ଦୁଷ୍କର୍ମ ପୀଡ଼ିତା । ପୀଡ଼ିତାଙ୍କ ମାତା ଡିଜିପିଙ୍କ ପାଖରେ କଟାରେ ତାଙ୍କ ଝିଅକୁ ଜବରଦସ୍ତି କିଛି କାଗଜରେ ଦସ୍ତଖତ କରାଇବା ସହ ତାଙ୍କୁ କିଡ଼ନାପ କରି ଦୁଷ୍କର୍ମ କରିଥିଲେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ କଟାରେଙ୍କ ଉପରେ ଆଇପିସି ଧାରା ୩୬୫ , ୩୮୪ , ୩୮୬ ଏବଂ ୩୪ ଅନ୍ତର୍ଗତ ମାମଲା ରୁଜୁ କରାଯାଇ ତାହାର ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe