Source: India Today
ନୂଆଦିଲ୍ଲୀ: ଛତିଶଗଡ଼ ଅନ୍ତର୍ଗତ ଜଗଦଳପୁର ସହରର ଦାମ୍ପତ୍ୟ କଳହ ଯୋଗୁଁ ଜଣେ ‘କୋବ୍ରା’ (କମାଣ୍ଡୋ ବାଟାଲିୟନ୍ ଫର୍ ରିସୋଲ୍ୟୁଟ୍ ଆକ୍ସନ୍) ଜଣେ କର୍ମଚାରୀ ତାଙ୍କ ପତ୍ନୀଙ୍କୁ ତହ୍ୟା କରିଛନ୍ତି।
ସିଆର୍ପିଏଫ୍ର ୨୦୧ କୋବ୍ରା ବାଟାଲିୟାନ୍ର ସରକାରୀ କ୍ୱାର୍ଟର୍ସରେ କନେଷ୍ଟବଳ ଗୁରୁବୀର ସିଂହ ତାଙ୍କର ପତ୍ନୀ ଅନୁପ୍ରିୟା ଗୌତମଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା କଥା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ଗୁରୁବୀର ସିଂହ ନିର୍ବାଚନ ଡିୟୁଟିରେ ଯିବା ବିଷୟରେ ମାର୍ଚ ୧୬ ତାରିଖ ଦିନ ସ୍ୱାମୀସ୍ତ୍ରୀ ଯୁକ୍ତିତର୍କ ଲାଗିବା ପରେ ଘଟଣାଟି ଘଟିଥିବା ପୁଲିସ କହିଛି।
ହତ୍ୟାକାଣ୍ଡ ପରେ ସିଂହ ଥାନାକୁ ଯାଇ କହିଥିଲେ କି, ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି।
ଅପରାଧର ଉଦ୍ଦେଶ୍ୟ ସଂକ୍ରାନ୍ତରେ ପୁଲିସ କିଛି କହି ନାହିଁ। ସିଂହଙ୍କୁ ଧରା ୩୦୨ ଓ ୨୦୧ ଆଧାରରେ ବୁକ୍ କରାଯାଇଛି। ସମ୍ପ୍ରତି ତାଙ୍କୁ ଜୁଡିସିଆଲ୍ ରିମାଣ୍ଡ୍ରେ ଜେଲ୍ ପଠାଇ ଦିଆଯାଇଛି।
Follow Us