ବାହାଘରରେ ଡିଜେ ନବାଜିବାରୁ ହଙ୍ଗାମା; ମଣ୍ଡପ ବଦଳରେ ହସ୍ପିଟାଲ୍‌ରେ ପହଞ୍ଚି‌ଲେ କନ୍ୟା

Advertisment
ବାହାଘରରେ ଡିଜେ ନବାଜିବାରୁ ହଙ୍ଗାମା; ମଣ୍ଡପ ବଦଳରେ ହସ୍ପିଟାଲ୍‌ରେ ପହଞ୍ଚି‌ଲେ କନ୍ୟା

ପାଟ୍‌ନା: ବିହାରରେ ଏବେ ବିବାହ ଋତୁ ଚାଲିଥିବା ବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଡିଜେ ନବଜାଇଥିବା କାରଣରୁ ଜଣେ କନ୍ୟାଙ୍କୁ ତାଙ୍କ ଗାଁ ଲୋକ ଏପରି ମାଡ଼ ମାରିଛନ୍ତି ଯେ କନ୍ୟା ଜଣଙ୍କୁ ମଣ୍ଡପ ବଦଳରେ ହସ୍ପିଟାଲ୍‌ ଯିବାକୁ ପଡ଼ିଛି। ଗାଁର କିଛି ଗୁଣ୍ଡା  ବିବାହରେ ଜବରଦସ୍ତ ଡିଜେ ବଜାଇବାକୁ ଦାବି କରିଥିଲେ। ସେମାନଙ୍କ ଦାବି ପୂରା ନହେବାରୁ ସେମାନେ କନ୍ୟାଙ୍କୁ ଖୁବ୍ ଜୋର୍‌ରେ ମାଡ଼ ମା‌ରିଥିଲେ।

ଘଟଣାଟି ସରଦଲା ଥାନା‌ର ପଚମ୍ବା ବେଲଦରିଆ ଗ୍ରାମର। ଯେଉଁଠାରେ ଏକ ବିବାହ ସମୟରେ କନ୍ୟାପକ୍ଷ ଲୋକଙ୍କୁ ଜୋର୍‌ଦାର ମାଡ଼ ବସିଥିବା ଅଭିଯୋଗ ହୋଇଛି। ଏହି ଗଣ୍ଡଗୋଳରେ ବିଶେଷ ର‌ୂପେ ପ୍ରଭାବିତ ହୋଇଛନ୍ତି କନ୍ୟା ଜଣକ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କନ୍ୟାଙ୍କ ବ୍ୟତୀତ ଆହୁରି କିଛି ଜଣଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

କନ୍ୟାଙ୍କ କାକା ଗଣେଶ ଚୌହ୍ବାନ କହିଛନ୍ତି ଯେ ‘ଗ୍ରାମର ଉମେଶ ଚୌହ୍ବାନ, ରାମବାଲକ ଚୌହ୍ବାନ, କମଲେଶ ଚୌହ୍ବାନ, କୂଳଦୀପ ‌ଚୌହ୍ବାନ ସହିତ ଅନ୍ୟ କିଛି ଲୋକ ଆମ ଘରକୁ ଆସିଲେ। ସେମାନେ ଆମ ଘରକୁ ଆସି ବିବାହରେ ଡିଜେ ବାଜିବା ଜରୁରି ବୋଲି କହିଲେ। ଆମେ ସେମାନଙ୍କୁ କହିଲୁ କି ଆମେ ତ ଜାଗା ବିକ୍ରି କରି ଝିଅର ବିବାହ କରୁଛୁ। ଆମ ପାଖରେ ଡିଜେର ବ୍ୟବସ୍ଥା କରିବାର ସାମର୍ଥ୍ୟ ନାହିଁ। ସେମାନେ ଡିଜେ ନେଇ ଆମ ଘର ସାମ୍ନାରେ ପହଞ୍ଚିଗଲେ ଓ ଟଙ୍କା ମା‌ଗିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe