ଟ୍ରକ ଚାଳକର ଦୁଷ୍କର୍ମ ଉଦ୍ୟମକୁ ପଣ୍ଡ କଲେ ସାମାଜିକ କର୍ମୀ: ମହିଳାଙ୍କ ହାତ-ଗୋଡ଼ ବାନ୍ଧି ନେଉଥିବା ବେଳେ ୧୫ କିଲୋମିଟର ପିଛା କରି ଧରିଲେ

ଟ୍ରକ ଚାଳକର ଦୁଷ୍କର୍ମ ଉଦ୍ୟମକୁ ପଣ୍ଡ କଲେ ସାମାଜିକ କର୍ମୀ: ମହିଳାଙ୍କ ହାତ-ଗୋଡ଼ ବାନ୍ଧି ନେଉଥିବା ବେଳେ ୧୫ କିଲୋମିଟର ପିଛା କରି ଧରିଲେ

newindianexpress.com

କୋଲକାତା: ମଙ୍ଗଳବାର ଜଣେ ମୁକ-ବଧିର ମହିଳାଙ୍କ ସହ ହେବାକୁ ଥିବା ଦୁଷ୍କର୍ମକୁ ରୋକିବାରେ ସଫଳ ହୋଇଛି ପୂର୍ବ ବର୍ଦ୍ଧମାନ ଜିଲ୍ଲା ପୁଲିସ। ଜଣେ ସାମାଜିକ କର୍ମୀ ଓ ପୂର୍ବ ବର୍ଦ୍ଧମାନ ଜିଲ୍ଲା ପୁଲିସର ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇ ପାରିଛି। ମହିଳାଙ୍କୁ ଜଣେ ଟ୍ରକ୍ ଚାଳକ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ହାତ-ଗ‌ୋଡ଼ ବାନ୍ଧି ନେଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଛି। ଅଭିଯୁକ୍ତ ଚାଳକ ଟ୍ରକ୍ କେବିନ ଭିତରେ ପୀଡ଼ିତାଙ୍କୁ ଲୁଚାଇ ରଖିଥିବା ବେଳେ ଜଣେ ସାମାଜିକ କର୍ମୀ ପାଟ୍ରୋଲିଂ ସମୟରେ ତାଙ୍କ ପାଟି ଶୁଣି ପୁଲିସକୁ ଖବର ଦେଇଥିଲେ। ଯାହା ପରେ ପ୍ରାୟ ୧୫କିଲୋମିଟର ପିଛା କରିବା ପରେ ସେ ପୁଲିସର ସହାୟତାରେ ଅଭିଯୁୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲେ । ଗିରଫ ପରେ ଅଭିଯୁକ୍ତର ନାଁ ଅବଦୁଲ ଶେଖ୍ ବୋଲି ଜଣାପଡ଼ିଛି।

Image result for rape Dhaka Tribune

ସୂଚନା ମୁତାବକ, ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଥିବା ଗୁସକାରାରେ ବିକାଶ ଗୋରାଇ ନାମକ ଜଣେ ସାମାଜିକ କର୍ମୀ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଟ୍ରକ ଭିତରୁ ଜଣେ ମହିଳା ଜୋର ଜୋରରେ ନିଶ୍ବାସ ନେଉଥିବାର ଶବ୍ଦ ଶୁଣି ସେ ଚାଳକକୁ କେବିନ୍ ଖୋଲିବା ପାଇଁ କହିଥିଲେ। କିନ୍ତୁ ଚାଳକଜଣଙ୍କ ତାଙ୍କ କଥା ନ ଶୁଣି ଗାଡ଼ି ଷ୍ଟାର୍ଟ କରି ଆଗକୁ ବଢ଼ିଥିଲେ। ଏହା ପରେ ବାଇକ୍ ଯୋଗେ ତାଙ୍କ ପିଛା କରିଥିଲେ ବିକାଶ ଗୋରାଇ। କିଛି ବାଟ ଯିବା ପରେ ଟ୍ରକର ଗତି ସହ ବାଇକ୍ ଆଗକୁ ଯାଇ ପାରୁ ନ ଥିବାରୁ ବିକାଶ ଗୋରାଇ ଆଞ୍ଚଳିକ ପୁଲିସକୁ ଫୋନ କରି ସୂଚନା ଦେଇଥିଲେ। ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଦେବା ପରେ ଆଞ୍ଚଳିକ ପୁଲିସର ଏକ ଗାଡ଼ି ଟ୍ରକକୁ ପିଛା କରିବା ଆରମ୍ଭ କରିଥିଲା। ଉଭୟ ପୁଲିସ ଗାଡ଼ି ଓ ବିକାଶ ଗୋରାଇ ଟ୍ରକକୁ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ପିଛା କରିବା ପରେ କାବୁ କରିବାରେ ସଫଳ ହୋଇଥିଲେ। ଟ୍ରକର କେବିନ ଖୋଲାଯିବା ପରେ ଜଣେ ମହିଳାଙ୍କ ହାତ-ଗୋଡ଼ ବନ୍ଧା ଯାଇ ରଖାଯାଇଥିବା ଦେଖିବାକୁ ପାଇଥିଲା ପୁଲିସ।

ଏବେ ଅଭିଯୁକ୍ତ ଅବଦୁଲ ଶେଖକୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ ଗିରଫ କରିଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe