କରୋନା ପଜିଟିଭ ମହିଳାଙ୍କ ବୟସ ୨୩୫ବର୍ଷ!

Advertisment
କରୋନା ପଜିଟିଭ ମହିଳାଙ୍କ ବୟସ ୨୩୫ବର୍ଷ!

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ କି ଜଣେ ମଣିଷର ବୟସ କିପରି ୨୩୫ବର୍ଷ ହୋଇଥିବ। ତେବେ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟବିଭାଗ ଭଲ କାମ କରୁଥିବା ବେଳେ କେତେକ ସ୍ଥାନରେ ରୋଗୀଙ୍କୁ ସଠିକ୍‌ ଚିକିତ୍ସା କରାଯାଉ ନଥିବା ଅଭିଯୋଗ ଆସିଛି। ଏମିତି ଏକ ଅବହେଳାର ଚିତ୍ର ଉତ୍ତରପ୍ରଦେଶର ଶାହାଜାହାନପୁରରୁ ସାମ୍ନାକୁ ଆସିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ତାଲିକାରେ ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ବୟସ ୨୩୫ ବର୍ଷ ବୋଲି ଦର୍ଶାଯାଇଛି। ଏହି ତାଲିକାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ୱାସ୍ଥ୍ୟବିଭାଗକୁ ନେଇ ଲୋକମାନେ ପରିହାସ କରୁଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୨୯ରେ କରୋନା ପଜିଟିଭ ରୋଗୀଙ୍କ ଏକ ତାଲିକା ପ୍ରକାଶ ପାଇଥିଲା। ଏହି ସମୟରେ ଲୋକମାନେ ଏହି ତାଲିକାକୁ ବିଶେଷ କିଛି ଧ୍ୟାନ ଦେଇ ନଥିଲେ। କିନ୍ତୁ ଯେତେବେଳେ କିଛି ଲୋକ ସେହି ତାଲିକାକୁ ସଠିକ୍‌ ଭାବେ ଦେଖିଥିଲେ ସେଥିରେ ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ବୟସକୁ ୨୩୫ବର୍ଷ ବୋଲି ଦର୍ଶାଯାଇଥିଲା। ପ୍ରଥମେ ଲୋକମାନେ ଏହି ତାଲିକାକୁ କିଛି ସାମ୍ବାଦିକଙ୍କ ନିକଟକୁ ପଠାଇଥିଲେ ଏବଂ ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ।

NBT https://navbharattimes.indiatimes.co

ଲୋକମାନେ ଅଭିଯୋଗ କରି କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ପଜିଟିଭ୍‌ ରୋଗୀଙ୍କ ସଠିକ୍‌ ସୂଚନା ଦେବାରେ ସକ୍ଷମ ହୋଇ ପାରୁ ନାହାନ୍ତି। ଲୋକମାନେ ସେମାନଙ୍କ ରିପୋର୍ଟରେ କ’ଣ ଆସିଛି ଜାଣିବାକୁ ଦିନସାରା ଏଣେତେଣ ଫୋନ୍‌ କରି ବୁଝିବାକୁ ଚେଷ୍ଟା କରୁଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ମତାମତ ଜାଣିବାକୁ ସିଏମ୍‌ଓଙ୍କୁ ସମ୍ପର୍କ କରାଯାଇଥିଲା ହେଁ ତାଙ୍କର ସହଯୋଗୀ ବୈଠକ ଅଛିି କହି ଫୋନ୍‌ କାଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe