PraxisVITA
ଜାଲନା: ଚୀନର ଉହାନ ସହରରୁ ବ୍ୟାପିବା ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଭାରତକୁ ପ୍ରବେଶ କରିଛି। ଭାରତର ପ୍ରାୟ ୧୨ଟି ରାଜ୍ୟରେ କରୋନା ପ୍ରବେଶ କରିସାରିଥିବା ବେଳେ ୭୦ରୁ ଅଧିକ ଲୋକ ଏହାର ଶିକାର ହୋଇସାରିଛନ୍ତି। ଏବେ ସାରାଦେଶବାସୀଙ୍କ ମନରେ ଏହି ଭାଇରସକୁ ନେଇ ଭୟ ରହିଥିବା ବେଳେ ଭାଇରସର ଶିକାର ନ ହେବା ପାଇଁ ଲୋକେ ଏବେ ଠକାମୀର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି।
ଏବେ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ କୌଣସି ପ୍ରକାରର ଟୀକା ବାହାରି ନଥିବା ବେଳେ ମହାରାଷ୍ଟ୍ରରେ ୩ ଜଣ ମହିଳା କିଛି ଲୋକଙ୍କୁ ଭୁଲ ଟୀକା ଲଗାଇଥିବା ଘଟଣା ଘଟିଛି। କରୋନାରୁ ମୁକ୍ତ କରିବ ବୋଲି କହି ୩ଜଣ ମହିଳା ଲୋକଙ୍କୁ ଟୀକା ଲଗାଉଥିବା ଘଟଣା ସାମ୍ନାକୁ ଆସିବା ପରେ ୩ଜଣଙ୍କୁ ଗିରଫ କରିଛି ପୁଲିସ। ମହାରାଷ୍ଟ୍ରର ଜାଲାନା ଜିଲ୍ଲାର ଏକ ଗାଁର ଲୋକଙ୍କୁ ୩ଜଣ ମହିଳା କରୋନା ଭାଇରସରୁ ମୁକ୍ତ କରିବ ବୋଲି କହି ଟୀକା ଲଗାଇଥିଲେ। ୩ଜଣ ମହିଳା ହେଉଛନ୍ତି, ବୀଡରେ ରହୁଥିବା ରାଧା ରାମନାଥ ସାମସେ, ସୀମା କୃଷ୍ଣା ଅଢ଼ାଲେ ଏବଂ ସଙ୍ଗୀତା ରାଜେନ୍ଦ୍ର। ଏବେ ୩ଜଣଙ୍କୁ ଲୋକଙ୍କୁ ଠକିଥିବାରୁ ଗିରଫ କରିଛି ପୁଲିସ।
navbharattimes.indiatimes.comପୁଲିସର କହିବା ମୁତାବକ, ୩ଜଣ ମହିଳା ଗାଁ ଲୋକଙ୍କୁ ଟୀକା ଦେବା ପରେ କିଛି ଲୋକ ଗ୍ରାମୀଣ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ମହାଦେବ ମୁଣ୍ଡେଙ୍କୁ ଏ ନେଇ ସୂଚନା ଦେଇଥିଲେ। ମହାଦେବଙ୍କୁ ଏ ବିଷୟରେ ସୂଚନା ମିଳିବା ପରେ ସେ ତୁରନ୍ତ ପୁଲିସରେ ଅଭିଯୋଗ କରିଥିଲେ। ଏବେ ୩ ଜଣଙ୍କୁ ଗିରଫ କରାଯିବା ସହ ତାଙ୍କ ପାଖରେ ଥିବା ନକଲି ଟୀକାକୁ ଜବତ କରିଛି ପୁଲିସ।
Follow Us