ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନ ଭିତରେ ଅନେକ ଘଟଣା ଘଟୁଥିବାର ଖବର ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ନିକଟରେ ମେଟ୍ରୋ ଟ୍ରେନ ଭିତରେ ପ୍ରେମୀଯୁଗଳ ଝଗଡ଼ା ଲାଗୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ହୋଇଛି।
ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଯୁବକ ଓ ଯୁବତୀ ମେଟ୍ରୋ ଟ୍ରେନ ଦ୍ବାର ନିକଟରେ ଛିଡ଼ା ହୋଇଛନ୍ତି। କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହେଉଛି। ଏହି ସମୟରେ ଯୁବତୀ ତାଙ୍କ ପାଖରେ ଛିଡ଼ା ହୋଇଥିବା ଯୁବକଙ୍କୁ କଥା ହେବାକୁ ବାରଣ କରୁଛନ୍ତି। ଯୁବକ ଜଣକ ନିଜ ଜିଦରେ ଅଟଳ ରହି ଯୁବତୀଙ୍କ ସହିତ କଥା ହେବାକୁ ଚେଷ୍ଟା କରୁଛନ୍ତି।
ଏଥିରେ ଯୁବତୀ ରାଗି ଯାଇ ଯୁବକଙ୍କୁ ଚାପୁଡ଼ା ମାରୁଛନ୍ତି। ଯୁବତୀଙ୍କ ଠାରୁ ଚାପୁଡ଼ା ମାଡ଼ ଖାଇବା ପରେ ଯୁବକ ଜଣକ ଯୁବତୀଙ୍କୁ ସମସ୍ତଙ୍କ ସାମ୍ନାରେ ଶକ୍ତ ଚପୁଡ଼ା ପକାଉଛନ୍ତି। ଏହାପରେ ଯୁବତୀ ଜଣକ ଜୋରରେ ରାଗି ଯାଇ ଲୋକଙ୍କ ସାମ୍ନାରେ ଏସବୁ କାଣ୍ଡ ନକଲେ ଭଲ ହେବ ବୋଲି ଯୁବକଙ୍କୁ କହୁଛନ୍ତି। ଏତିକି ବେଳେ ମେଟ୍ରୋ ଷ୍ଟେସନରେ ଅଟକି ଯିବାରୁ ଦୁହେଁ ଓହ୍ଲାଇ ପଡ଼ିଥିଲେ।
ମେଟ୍ରୋ ଭିତରେ ପ୍ରେମୀଯୁଗଳଙ୍କ ହଙ୍ଗାମା ସମୟରେ ସେହି ମେଟ୍ରୋରେ ଯାତ୍ରା କରୁଥିବା କେହି ଜଣେ ଯାତ୍ରୀ ଏହାର ଭିଡିଓ ରେକର୍ଡ କରି ଦେଇଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହୋଇଯାଇଛି।
Follow Us