ବସ୍‌ ଭିତରେ ଅନ୍ତରଙ୍ଗ ମୁହୂର୍ତ୍ତରେ ନଜର ଆସିଲେ ପ୍ରେମୀ-ଯୁଗଳ; ଯାତ୍ରୀ ଏହି ଦୃଶ୍ୟକୁ କୈଦ୍‌ କରି ସୋସିଆଲ ମିଡିଆରେ ସେୟାର କଲେ

Advertisment
ବସ୍‌ ଭିତରେ ଅନ୍ତରଙ୍ଗ ମୁହୂର୍ତ୍ତରେ ନଜର ଆସିଲେ ପ୍ରେମୀ-ଯୁଗଳ; ଯାତ୍ରୀ ଏହି ଦୃଶ୍ୟକୁ କୈଦ୍‌ କରି ସୋସିଆଲ ମିଡିଆରେ ସେୟାର କଲେ

ନୂଆଦିଲ୍ଲୀ: ବିଟ୍ରେନ୍‌ର ଏକ ପ୍ରେମୀ-ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜାଣି ଆଶ୍ଚର୍ଯ୍ୟ ହେବ ଏହି ପ୍ରେମୀ-ଯୁଗଳ ସମସ୍ତ ସୀମା ଟପି ଯାଇ ବସ୍‌ ଭିତରେ ଅନ୍ତରଙ୍ଗ ହୋଇଯାଇଥିଲେ। ତେବେ ବସ୍‌ଟି ପ୍ରିଷ୍ଟଓ୍ଵିଚ ମାଞ୍ଚେଷ୍ଟର ଯାଉଥିବା ସମୟରେ ଇଞ୍ଜିନିୟର ଜନ୍‌ ପାଉଲ ଡୋଲନ୍‌ ନାମକ ଜଣେ ବ୍ୟକ୍ତି ସେହି ସମୟରେ ସାଙ୍ଗମାନଙ୍କ ସହିତ ବସ୍‌ ପାଖ ଦେଇ ଏକ ଭ୍ୟାନ୍‌ରେ ଯାଉଥିଲେ।

ଏତିକି ବେଳେ ତାଙ୍କ ଆଖି ବସ୍‌ ଉପରେ ପଡ଼ିଯାଇଥିଲା। ସେ ବସ୍‌ ଭିତରେ ଯାହା ଦେଖିଥିଲେ ଲଜ୍ଜିତ ହୋଇଯାଇଥିଲେ। ଲୋକମାନେ ବସ୍‌ ଭିତରେ ଏପରି ବି କାମ କରି ପାରନ୍ତି ବୋଲି ନିଜକୁ ନିଜେ ପ୍ରଶ୍ନ କରି ବସ୍‌ ଭିତରେ ଅନ୍ତରଙ୍ଗ ମୁହୂର୍ତ୍ତରେ ବ୍ୟସ୍ତ ଥିବା ଉକ୍ତ ପ୍ରେମୀ-ଯୁଗଳଙ୍କ ଭିଡିଓକୁ ନିଜ କ୍ୟାମେରାରେ କୈଦ କରି ନେଇଥିଲେ। ତେବେ କେବଳ ଡୋଲନ୍‌ଙ୍କୁ ନୁହେଁ ସେହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକଙ୍କୁ ଏହି ଦୃଶ୍ୟ ବସ୍‌ ଭିତରୁ ସ୍ପଷ୍ଟ ଭାବେ ଦେଖାଯାଉଥିଲା।

publive-image www.itv.com

ଡୋଲନ୍‌ କହିଛନ୍ତି ’ସେହି ସମୟର ଦୃଶ୍ୟ ଏକ ଅଦ୍ଭୁତ ଓ ଲଜ୍ୟାଜନକ ଥିଲା। ପ୍ରଥମେ ଏହି ଦୃଶ୍ୟକୁ ମୁଁ ଏକ ମଜାକ ବୋଲି ଭାବି ଥିଲି। କିନ୍ତୁ ପରେ ଏହା ବାସ୍ତବ ଥିଲା ବୋଲି ଜାଣି ପାରିଥିଲି। ଏହି ଭିଡିଓକୁ ମୁଁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଚାହୁଁ ନଥିଲି। କିନ୍ତୁ ସାର୍ବଜନୀନସ୍ଥାନରେ ଏଭଳି କାମ କରିବାରୁ ଲୋକମାନେ ନିବୃତ୍ତ ରୁହନ୍ତି ସେହି ବାର୍ତ୍ତା ଦେଇ ଉକ୍ତ ଭିଡିଓକୁ ପୋଷ୍ଟ କରିଛି।

ଏହି ଭିଡିଓକୁ ଦେଖିବା ପରେ ୬୦,୦୦୦ଜଣ ଲୋକ ଅସନ୍ତାଷ ବ୍ୟକ୍ତ କରିବା ସହିତ ଉକ୍ତ ପ୍ରେମୀ-ଯୁଗଳଙ୍କୁ ଅପମାନ କଲା ଭଳି ପ୍ରତିକ୍ରିୟା ଦେଇଛନ୍ତି। ତେବେ ମୁଁ ଭାବୁଛି ଏସବୁ ପରେ ଉକ୍ତ ପ୍ରେମୀଯୁଗଳଙ୍କ ଚେତା ପଶି ଯାଇଥିବ। ସେମାନେ ଭାବିଷ୍ୟତରେ ଏଭଳି କାମ କରିବା ପୂର୍ବରୁ ଥରଟିଏ ହେଲେ ଚିନ୍ତା କରିବେ।’

publive-image WhatsNew2Day

ତେବେ ସର୍ବଜନୀନସ୍ଥାନରେ ଏଭଳି ଅଶ୍ଳୀଳ କାମ କରିବା ପ୍ରଥମ ଘଟଣା ନୁହେଁ। ଏମିତି ପୂର୍ବରୁ ବି ଅନେକ ଘଟଣା ସାମ୍ନାକୁ ଆସିଛି। କିଛିଦିନ ପୂର୍ବରୁ ଏକ ପ୍ରେମୀଯୁଗଳ ସର୍ବଜୀନନସ୍ଥାନ ଥିବା ପାର୍କରେ ବି ଅନ୍ତରଙ୍ଗ ମୁହୂର୍ତ୍ତରେ ନଜର ଆସିଥିଲେ। ଯାହକି ସେଠାରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe