ବଡ଼ ଆଶ୍ଚର୍ଯ୍ୟ: ପିତା-ମାତାଙ୍କ ତାଲିମରେ ୬ବର୍ଷର ଶିଶୁ ୬୭ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ କଲା ଚୋରି

Advertisment
ବଡ଼ ଆଶ୍ଚର୍ଯ୍ୟ: ପିତା-ମାତାଙ୍କ ତାଲିମରେ ୬ବର୍ଷର ଶିଶୁ ୬୭ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ କଲା ଚୋରି

Daily Mail

ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛଅ ବର୍ଷର ଶିଶୁ ପିତା ଓ ମାତାଙ୍କଠାରୁ ତାଲିମ ନେବା ପରେ ୬୭ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚୋରି କରିଥିବା ଶିଶୁର ପିତା ଓ ମାତାଙ୍କ ନାମ ଇଲି ପାରା ଓ ମୋର୍ଟା ପାରା ବୋଲି ଜଣାପଡ଼ିଛି। ଏହି ଦମ୍ପତି ନିକଟରେ ଏକ ବଡ଼ ଦୋକାନକୁ ଯାଇଥିଲେ। ଦୋକାନରେ ଥିବା ଏକ ମୂଲ୍ୟବାନ ସୁନା ଘଣ୍ଟାର ଫଟୋ ଉଠାଇ ଆଣିଥି‌ଲେ। ଘରେ ପହଞ୍ଚିବା ପରେ ଶିଶୁକୁ ଦୋକାନରୁ ଏହି ଘଣ୍ଟା କେମିତି ଚୋରି କରି ଆଣି ହେବ ତାହା ପିତା-ମାତା ଶିଖାଇଥିଲେ।

Couple groomed son, 6, to help them steal 18-carat gold watch worth £67,400 from Harrods - Mirror OnlineCouple groomed son, 6, to help them steal 18-carat gold watch worth £67,400 from Harrods - Mirror Online

ଫଟୋ ଉଠାଇ ଆଣିବାର ୫ଦିନ ପରେ ନିଜ ୬ବର୍ଷର ଶିଶୁକୁ ଧରି ଦମ୍ପତି ସେହି ଦୋକାନକୁ ଯାଇଥିଲେ ଏବଂ ଶିଶୁ ହାତରେ ଅବିକଳ ସେମିତି ଏକ ନକଲି ଘଣ୍ଟା ଧରାଇ କହିଥିଲେ ଯେଉଁ ସ୍ଥାନରୁ ସେହି ଘଣ୍ଟା ଉଠାଇବୁ ସେଠାରେ ଏହାକୁ ରଖି ଦେବୁ।

ପିତା-ମାତାଙ୍କ କହିବା ଅନୁଯାୟୀ ଦୋକାନରେ ପହଞ୍ଚିବା ପରେ ୬ବର୍ଷର ଶିଶୁ ବି ‌ସେମିତି କରିଥିଲା। ଘଣ୍ଟାସ୍ଥାନରେ ନକଲି ଘଣ୍ଟା ଥିବାରୁ ଏହାକୁ କର୍ମଚାରୀମାନେ ସହଜରେ ଜାଣି ପାରି ନଥିଲେ। କିଛିଦିନ ପରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଘଟଣା ଉପରୁ ପରଦା ଉଠିଥିଲା। ଏହି ଘଟଣା ପରେ ଦମ୍ପତି ବିଟ୍ରେନରୁ ଫେରାର ହେବାକୁ ଉଦ୍ୟମ କରୁଥିଲେ। କିନ୍ତୁ ସଠିକ ସମୟରେ ପୁଲିସ ଦୁହିଁଙ୍କୁ କାବୁ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ମୂଲ୍ୟବାନ ଘଣ୍ଟା ଚୋରି କରିଥିବା ଶିଶୁଙ୍କ ପିତାଙ୍କୁ ୧୮ମାସ ଓ ମାତାଙ୍କୁ ୮ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe