ମାସ୍କ ପିନ୍ଧି ନ ଥିବା ଦମ୍ପତିଙ୍କୁ ପୁଲିସ ଅଟକାଇବାରୁ ସ୍ବାମୀ-ସ୍ତ୍ରୀ ରାସ୍ତାରେ କଲେ ହାଇଭୋଲଟେଜ ଡ୍ରାମା

ମାସ୍କ ପିନ୍ଧି ନ ଥିବା ଦମ୍ପତିଙ୍କୁ ପୁଲିସ ଅଟକାଇବାରୁ ସ୍ବାମୀ-ସ୍ତ୍ରୀ ରାସ୍ତାରେ କଲେ ହାଇଭୋଲଟେଜ ଡ୍ରାମା

ନୂଆଦିଲ୍ଲୀ: କରୋନାଭାଇରସ ମାମଲା ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିଛି ଲୋକ କରୋନା ନିୟମ ପାଳନ କରୁଥିବା ବେଳେ କିଛି ଲୋକେ ଏହାକୁ ଫୁ କରି ଉଡ଼ାଇ ଦେଉଛନ୍ତି। ଗତ ରବିବାର ଦରିଆଗଞ୍ଜ ଅଞ୍ଚଳରେ ଦିଲ୍ଲୀ ପୁଲିସ ମାସ୍କ ଲଗାଇ ନ ଥିବା ଦମ୍ପତିଙ୍କ ଗାଡ଼ିକୁ ଅଟକାଇଥିଲା। ପୁଲିସ ଗାଡ଼ି କାହିଁକି ଅଟକାଇଲା ଏହାକୁ ନେଇ ଦମ୍ପତି ରାସ୍ତା ମଝିରେ ହଙ୍ଗାମା ଆରମ୍ଭ କରି ଦେଇଥିଲେ। ଏହାପରେ ଉକ୍ତ ଦମ୍ପତି କରୋନା ନିୟମ ଭାଙ୍ଗିଥିବା ନେଇ ପୁଲିସ ମାମଲା ରୁଜୁ କରିଥିଲା।

ଏହି ଘଟଣାକୁ ନେଇ ଆଇଏଏସ ଆବନିଶ ଶରଣ ଟୁଇଟ ବି କରିଛନ୍ତି।

ଦିଲ୍ଲୀ ପୁଲିସ ସହିତ ମାସ୍କ ନ ପିନ୍ଧିଥିବା କାରଣରୁ ଦମ୍ପତି ପଙ୍କଜ ଦତ୍ତା ଓ ଆଭା ଯେଭଳି ଭାବେ ଯୁକ୍ତି କରୁଛନ୍ତି ଆପଣ ବି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଭାବିବେ ଏହି ମହାମାରୀ ସମୟରେ ପୁଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସଚେତନ କରିବାକୁ ବାହାରେ ବୁଲୁଥିବା ବେଳେ ଲୋକେମାନେ ଓଲଟି ସେମାନଙ୍କୁ ନାଲି ଆଖି ଦେଖାଉଛନ୍ତି।

ମାସ୍କ ନ ପିନ୍ଧି ପୁଲିସ ହାତରେ ଧରାପଡ଼ିଥିବା ଆଭା ନାମକ ମହିଳା ଜଣକ କହୁଛନ୍ତି, ‘ମୁଁ କେବେ ବି ମାସ୍କ ପିନ୍ଧିବିନି। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋର କ’ଣ କରିବେ ମୁଁ ଦେଖିବି। ମୁଁ ଏବେ ବିନା ମାସ୍କରେ ମୋ ସ୍ବାମୀଙ୍କୁ ଚୁମ୍ବନ ଦେବି। କରୋନା ବୋଲି କିଛି ନାହିଁ। ଅଯଥାରେ ପୁଲିସମାନେ ଲୋକଙ୍କୁ ହଇରାଣ କରୁଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe