ଚଳନ୍ତା ଟ୍ରେନ୍‌ରେ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ

Advertisment
ଚଳନ୍ତା ଟ୍ରେନ୍‌ରେ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ

teepublic.com

ମେଲବୋର୍ଣ୍ଣ: ପଶ୍ଚିମ ଅଷ୍ଟେଲିଆରେ ଜଣେ ଦମ୍ପତ୍ତିଙ୍କୁ ଚଳନ୍ତା ଲୋକାଲ ଟ୍ରେନରେ ସମସ୍ତଙ୍କ ସାମ୍ନାରେ ଅନ୍ତରଙ୍ଗ ହୋଇଥିବା ଦେଖିବାକୁ ମିଳିଥିଲା। ଗତ ମଙ୍ଗଳବାର ସକାଳେ ଏହି ଦମ୍ପତ୍ତିଙ୍କ ଏକ ଫଟୋ ଫେସବୁକ ଗ୍ରୁପରେ ପୋଷ୍ଟ କରାଯାଇଥିଲା। ଏହି ଫଟୋ ପୋଷ୍ଟ କରିବାର କିଛିସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ଏହି ଫଟୋ ଘୁରିଘୁରି ଶେଷରେ ପୁଲିସ ପାଖରେ ପହଞ୍ଚିଥିଲା।

ଏହି ଫଟୋରେ ଦେଖିବାକୁ ମିଳୁଛି କି, ଜଣେ ମହିଳା ଟ୍ରେନର ସିଟରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ଟ୍ରେନ୍‌ ସିଟରେ ବସିଛନ୍ତି। ଏହି ଦୁହିଁଙ୍କ ଛଡା ଟ୍ରେନ୍‌ ବଗିରେ ଆହୁରି ଅନେକଲୋକ ବି ବସିଥିବା ଫଟୋରେ ଦେଖିବାକୁ ମିଳୁଛି।ଏହି ଦମ୍ପତ୍ତି ବେଲ୍ୟାଣ୍ଡ ଷ୍ଟେସନରେ ଓହ୍ଲାଇ ଯାଇଥିଲେ ବୋଲି ପ୍ରତ୍ୟେକ୍ଷଦର୍ଶୀ କହନ୍ତି।

publive-image Daily Mail

ଏହି ଘଟଣାକୁ ନେଇ ପଶ୍ଚିମ ଅଷ୍ଟ୍ରେଲିଆ ପୁଲିସ ସୂତ୍ରରୁ ପ୍ରକାଶ, ଟ୍ରେନ୍‌ରେ ଏହି ଦମ୍ପତ୍ତିଙ୍କ ଭାଇରାଲ ଫଟୋ ବିଷୟରେ ସୂଚନା ଦିଆଯାଇଥିଲା କିନ୍ତୁ ସେମାନେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। କାରଣ ଭାଇରାଲ ହୋଇଥିବା ଏହି ଫଟୋରେ କିଛି ସ୍ପଷ୍ଟ ଭାବେ ଦେଖା ଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe