ରାସ୍ତା ମଝିରେ ଲାଗିଲା କଳି; ସ୍ତ୍ରୀକୁ ନିସ୍ତୁକ ଛେଚିଲେ ସ୍ବାମୀ

Advertisment

କୌଣସି କାମରେ ଯାଉଥିବା ବେଳେ ରାସ୍ତାରେ ଦମ୍ପତିଙ୍କ ମଧ୍ୟରେ ଲାଗିଲା ଝଗଡ଼ା। ସ୍ତ୍ରୀକୁ ଗାଡ଼ିରୁ ଓହ୍ଲାଇ ନିସ୍ତୁକ ଛେଚିଲେ ସ୍ବାମୀ। ବୁଝାସୁଝା କରି ଶାନ୍ତ କରାଇଲେ ସ୍ଥାନୀୟଲୋକ।

କୌଣସି କାମରେ ଯାଉଥିବା ବେଳେ ରାସ୍ତାରେ ଦମ୍ପତିଙ୍କ ମଧ୍ୟରେ ଲାଗିଲା ଝଗଡ଼ା। ସ୍ତ୍ରୀକୁ ଗାଡ଼ିରୁ ଓହ୍ଲାଇ ନିସ୍ତୁକ ଛେଚିଲେ ସ୍ବାମୀ। ବୁଝାସୁଝା କରି ଶାନ୍ତ କରାଇଲେ ସ୍ଥାନୀୟଲୋକ।

New Pwet(39)

ଲକ୍ଷ୍ମୌ: ଅନେକ ସମୟରେ ରାସ୍ତାଘାଟ, ଦୋକାନ ବଜାର ଆଦି ସ୍ଥାନମାନଙ୍କ‌ରେ କିଛି ଏମିତି ଘଟଣା ଘଟିଯାଏ ଯାହା ସମାଜରେ ହିଂସା ଏବଂ ମହିଳାମାନଙ୍କ ପ୍ରତି ଅସମ୍ମାନର ଚିତ୍ରକୁ  ଦର୍ଶାଇଥାଏ।ସର୍ବସାଧାରଣ ସ୍ଥାନମାନଙ୍କରେ ଘଟୁଥିବା ଏପରି ଘଟଣାଗୁଡ଼ିକୁ ବନ୍ଦ କରିବା ପାଇଁ ପ୍ରଶାସନିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଜନସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।। 

ନିକଟରେ ଉତ୍ତରପ୍ରଦେଶର ଲଳିତପୁର ଜିଲ୍ଲାର ଝାନ୍ସୀରୁ ସାଗର ଅଭିମୁଖେ ବାଇକ ଯୋଗେ ଜାତୀୟ ରାଜପଥ ୪୪ ଦେଇ ଯାଉଥିବା ବେଳେ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା।

ଏଥିରେ ଯୁବକ ଜଣକ ଅତ୍ୟଧିକ ରାଗି ଯାଇ ତାଙ୍କ ସ୍ତ୍ରୀଙ୍କୁ ରାସ୍ତା ମଝିରେ ନିସ୍ତୁକମାଡ଼ ମାରିଥିଲେ। ଏହି ସମୟରେ ପାଖରେ ଉପସ୍ଥିତ ଥିବା କିଛି ଲୋକମାନେ ଏଥିରେ ହସ୍ତକ୍ଷେପ କରି ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ଅଲଗା କରି ବୁଝାସୁଝା କରି ଶାନ୍ତ କରାଇଥିଲେ। ରାସ୍ତାମଝିରେ ଦମ୍ପତିଙ୍କ ଏଭଳି କଳି ଦେଖି ପାଖରେ ଥିବା ଛୋଟଛୁଆ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଥିଲା।

ଏହାପରେ ଯୁବକ ଜଣକ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ବାଇକରେ ବସାଇ ଘଟଣାସ୍ଥଳରୁ ଚାଲିଯାଇଥିଲେ। କିଛି ଲୋକ ଏହି ଘଟଣାକୁ ମୋବାଇଲରେ ରେକର୍ଡ କରିଥିଲେ।  ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe