ପାଖରେ ଟଙ୍କା ନଥିବାରୁ ବିବାହ କରିବାକୁ ଆଉ ଜଣଙ୍କ ବେକରୁ ମଙ୍ଗଳସୂତ୍ର ଝିଙ୍କିଲେ ପ୍ରେମୀ ଯୁଗଳ, ଏହା ବନିଗଲା ରୋଜଗାରର ସହଜ ପନ୍ଥା

ପାଖରେ ଟଙ୍କା ନଥିବାରୁ ବିବାହ କରିବାକୁ ଆଉ ଜଣଙ୍କ ବେକରୁ ମଙ୍ଗଳସୂତ୍ର ଝିଙ୍କିଲେ ପ୍ରେମୀ ଯୁଗଳ, ଏହା ବନିଗଲା ରୋଜଗାରର ସହଜ ପନ୍ଥା

Photo Credit: BCCL

ବେଙ୍ଗାଲୁର: ଦୀର୍ଘ ଏକ ଦଶନ୍ଧି ଧରି ବିଭିନ୍ନ ଲୋକଙ୍କଠାରୁ ସୁନା ଚେନ୍‌ ଝାମ୍ପି ନିଜ ବିବାହ ପାଇଁ ପାଣ୍ଠି ଠୁଳ କରୁଥିବା ଏକ ପ୍ରେମୀ ଯୁଗଳ ଏବେ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି। କର୍ଣ୍ଣାଟକର ରାଜଧାନୀ ସହର ବେଙ୍ଗାଲୁରରୁ ଧରା ପଡ଼ିଥିବା ଏହି ଦୁଇ ଜଣ ହେଉଛନ୍ତି ୨୨ ବର୍ଷୀୟା ଯୁବତୀ ଭୂମିକା ଓ ୨୬ ବର୍ଷୀୟ ଯୁବକ ହରିଶ। ଉଭୟଙ୍କ ଘର ରାମହୋଲିଠାରେ।

ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କୁ ପୁଲିସ୍‌ ଧରିବା ପରେ ସେମାନେ ପୂର୍ବରୁ ଚନ୍ଦ୍ର ଲେଆଉଟ୍‌, କୁମ୍ବାଲାଗୋଡୁ ଓ କେଙ୍ଗରି ଆଦି ଅଞ୍ଚଳରୁ ଅନେକ ଥର ଏପରି ଚେନ୍‌ ଲୁଟ୍‌ କରିଥିବା ସ୍ବୀକାର କରିଛନ୍ତି।

publive-image Bangalore Mirror

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏହି ‌ପ୍ରେମୀ ଯୁଗଳ ଯେତେବେଳେ ପରସ୍ପରଙ୍କୁ ବିବାହ କରି ଘର ବସାଇବାକୁ ଚାହିଁଲେ ସେମାନଙ୍କ ପାଖରେ ମଙ୍ଗଳସୂତ୍ରଟିଏ କିଣିବାକୁ ବି ଟଙ୍କା ନଥିଲା। ସେମାନେ ଜଣେ ମହିଳାଙ୍କ ମଙ୍ଗଳସୂତ୍ର ଲୁଟ୍‌ କରି ବିବାହ କରିବା ନିଷ୍ପତ୍ତି ନେଇଥିଲେ। ପରେ ସେମାନଙ୍କୁ ଟଙ୍କା ରୋଜଗାର କରିବାର ଏକ ସୁବିଧା ବାଟ ନଜର ଆସିଲା।

ସେମାନେ ଆଗକୁ କିପରି ବିନା ଆର୍ଥିକ ସମସ୍ୟାରେ ଘରସଂସାର କରିପାରିବେ, ସେଥିପାଇଁ ବିଭିନ୍ନ ଲୋକଙ୍କ ବେକରୁ ଚେନ୍‌ ଲୁଟ୍‌ କରି ତାହାକୁ ବିକି ଟଙ୍କା ରୋଜଗାର କରିବାର ପନ୍ଥା ଆପଣେଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe