ମା’କୁ ମାଡ଼ ମାରୁଥିବା ସମୟର ଭିଡିଓ ଉତ୍ତୋଳନ କରି ବାପାକୁ ଜେଲ ପଠାଇଲା ଝିଅ

Advertisment
ଧାରଣାରତ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ଗିରଫ

latestly.com

ନୂଆଦିଲ୍ଲୀ : ଅନେକ ପିଲା ଅତ୍ୟାଚାରର ଶିକାର ହୋଇ ବା ଅତ୍ୟାଚାର ହେଉଥିବା ଦେଖି ନିଜ ମୁହଁ ଖୋଲି ପାରନ୍ତି ନାହିଁ । ଯାହା ପାଇଁ ସେମାନଙ୍କୁ ବର୍ଷ ବର୍ଷ ଧରି ଅତ୍ୟାଚାର ସହିବାକୁ ପଡ଼ିଥାଏ । କିନ୍ତୁ ଜଣେ ୧୫ବର୍ଷୀୟ ନାବାଳିକା ଯାହା କରିଛି, ତାକୁ ନେଇ ଏବେ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି । ପ୍ରତିଦିନ ନିଜ ମା’ଙ୍କ ପ୍ରତି ହେଉଥିବା ଅତ୍ୟାଚାର ଦେଖି ଦେଖି ଶେଷରେ ସେ ଏ ନେଇ ମୁହଁ ଖୋଲିଥିଲେ । ମା’ଙ୍କୁ ମାଡ଼ ମାରୁଥିବା ସମୟର ଭିଡିଓ ତିଆରି କରି ସେ ନିଜ ବାପାଙ୍କୁ ଜେଲ୍‌ ପଠାଇଥିବା ଜଣା ପଡ଼ିଛି ।

ମାଇସାଙ୍କ କହିବା ଅନୁଯାୟୀ, ଯେବେଠାରୁ ମୁଁ କିଛି ଜାଣିବା ବୁଝିବା ପାଇଁ ସକ୍ଷମ ହୋଇଥିଲି, ସେବେଠାରୁ ମୋ ବାପା ଆଣ୍ଡ୍ରିଉ କ୍ଲିଫ୍‌ଟନ୍‌ ମୋ ମା’ ତାନିଆଙ୍କୁ ମାଡ଼ ମାରି ଆସୁଥିବା ଦେଖିଛି । ପ୍ରତିଦିନ ସେ ମୋ ମା’ଙ୍କୁ ବିନା କାରଣରେ ମାଡ଼ ମାରୁଥିଲେ । ବାରମ୍ବାର ଏଭଳି ହେଉଥିବା ଦେଖି ମୁଁ ବିରକ୍ତ ହେବା ସହ ଭିଡିଓ ବନାଇବା ବିଷୟରେ ଚିନ୍ତା କରିଥିଲି । ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ପରେ ପୁଲିସ ଆସି ଏବେ ମୋ ବାପାଙ୍କୁ ଗିରଫ କରିଛି । ଭାଇରାଲ ହୋଇଥିବା ଭିଡିଓରେ ତାନିଆଙ୍କ ପ୍ରତି ଆଣ୍ଡ୍ରିଉଙ୍କ ବ୍ୟବହାର କେତେ କ୍ରୁର ଥିଲା ତାହା ସ୍ପଷ୍ଟ ଜଣା ପଡ଼ି ଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe