୧୭ ବର୍ଷ ପରେ ରାୟ: କ୍ରାଇମ୍‌ ଆଙ୍କର ସୁହୈବ ଇଲିୟାସିଙ୍କୁ ଆଜୀବନ କାରାଦଣ୍ଡ

Advertisment

ପତ୍ନୀଙ୍କୁ ହତ୍ୟା କରିବା ଅପରାଧରେ ଦିଲ୍ଲୀ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ

ପତ୍ନୀଙ୍କୁ ହତ୍ୟା କରିବା ଅପରାଧରେ ଦିଲ୍ଲୀ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ

୧୭ ବର୍ଷ ପରେ ରାୟ: କ୍ରାଇମ୍‌ ଆଙ୍କର ସୁହୈବ ଇଲିୟାସିଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ସୋ’ ‘ଇଣ୍ଡିଆଜ୍‌ ମୋଷ୍ଟ ଓ୍ଵାଣ୍ଟେଡ୍‌’ର ଉପସ୍ଥାପକ ସୁହୈବ ଇଲିୟାସିଙ୍କୁ ଦିଲ୍ଲୀ କୋର୍ଟ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ଲୋକପ୍ରିୟ ଆଙ୍କର କ୍ରାଇମ୍‌ ଆଙ୍କରିଂ କରୁ କରୁ ନିଜେ ଜଣେ ଅପରାଧୀ ପାଲଟି ଯାଇଛନ୍ତି। ଏକଦା ଦେଶର ଚର୍ଚ୍ଚିତ ଅପରାଧୀଙ୍କ ସମ୍ପର୍କରେ ଟିଭି ମାଧ୍ୟମରେ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିବା ସୁହୈବଙ୍କୁ ବୁଧବାର ଦିଲ୍ଲୀ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବର୍ଷ ୨୦୦୦ରେ ପତ୍ନୀଙ୍କୁ ହତ୍ୟା କରିଥିବା ସୁହୈବଙ୍କୁ ଦଣ୍ଡ ମିଳିଛି।

publive-image

ପତ୍ନୀଙ୍କୁ ହତ୍ୟା କରିବା ପରେ ସୁହୈବ ଏକ ଭଲ ସୁଇସାଇଡ ନୋଟ ଲେଖିଥିଲେ, ଯେଉଁଥି ପାଇଁ କି ସେ ଭଲ ଯୋଜନା କରିଥିଲେ କିନ୍ତୁ ତା’ର ଯୋଜନା ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇ ଯାଇଛି। ସୁହୈବଙ୍କୁ ଫାଶୀ ଦେବା ପାଇଁ ସରକାରୀ ଓକିଲ କୋର୍ଟରେ ଦାବି କରିଥିଲେ କିନ୍ତୁ ଅଦାଲତ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

ପରିବାରର ଓକିଲ କହିଛନ୍ତି, ଦୋଷୀ ସାବ୍ୟସ୍ତ ହୋଇଥିବା ସୁହୈବ ଅପରାଧୀମାନଙ୍କୁ ନେଇ ସିରିଏଲ ନିର୍ମାଣ କରୁଥିଲା କିନ୍ତୁ ସେ ନିଜେ ଅପରାଧୀ ପାଲଟି ଯାଇଛନ୍ତି। ସେ ପତ୍ନୀକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଛି। ଏହା ଏକ ଜଘନ୍ୟ ହତ୍ୟା ମାମଲା। ଏହା ପୂର୍ବରୁ ସୁହୈବ କହିଛି, ମୁଁ ନିର୍ଦ୍ଦୋଶ। ମୁଁ ଅଦାଳତର ବିରୋଧରେ ଉଚ୍ଚ କୋର୍ଟରେ ଆବେଦନ କରିବି। ହାଇକୋର୍ଟରେ ସବୁ ପ୍ରମାଣ ନେଇ ପହଞ୍ଚିବି। ସେ କହିଛି, ମୁଁ ଆଶା କରୁଛି ଯେ, ମତେ ନ୍ୟାୟ ମିଳିବ। ମୋ ବିରୁଦ୍ଧରେ କାହାରି ପାଖରେ ଆବଶ୍ୟକ ପ୍ରମାଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe