ଟ୍ରାଫିକ୍‌ ପୁଲିସକୁ ଆକ୍ରମଣ, ଯୁବକ ଗିରଫ

Advertisment
ଟ୍ରାଫିକ୍‌ ପୁଲିସକୁ ଆକ୍ରମଣ, ଯୁବକ ଗିରଫ

ଭୁବନେଶ୍ୱର : ଟ୍ରାଫିକ୍‌ ପୁଲିସକୁ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ୟୁନିଟ୍‌-୯ ଅଞ୍ଚଳର ବିଶ୍ୱଜିତ ମିଶ୍ର(୨୮)। ରବିବାର ସନ୍ଧ୍ୟାରେ ବିଶ୍ୱଜିତ ନିକୋ ପାର୍କ ଟ୍ରାଫିକ୍‌ ଛକରୁ ସହିଦନଗର ଆଡ଼କୁ ଯାଉଥିବା ବେଳେ ଟ୍ରାଫିକ୍‌ ନିୟମ ଉଲଂଘନ କରିଥିଲେ।  ସେଠାରେ  କାର୍ଯ୍ୟରତ ଥିବା ହୋମ୍‌ଗାର୍ଡ  ରାଜ କୁମାର ତାଙ୍କୁ ଅଟକାଇଥିଲେ। ବିଶ୍ୱଜିତ ଉତ୍ତ୍ୟକ୍ତ ହୋଇ ରାଜକୁମାରଙ୍କୁ ଆକ୍ରମଣ କରିଥିଲେ। ଏନେଇ ରାଜକୁମାର ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

ମହିଳାଙ୍କୁ ପ୍ରତାରଣା

ଭୁବନେଶ୍ୱର : ସମ୍ପତ୍ତି ହାସଲ ପାଇଁ ମହିଳାଙ୍କୁ ବିବାହ। ପରେ ତାଙ୍କ ସହ ପ୍ରତାରଣା। ଏଭଳି ଏକ ଅଭିଯୋଗ ହୋଇଛି ମହିଳା ଥାନାରେ। ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଯୋଗୁଁ ସେ ବିବାହ କରି ନଥିଲେ। ତେବେ ବୁଦ୍ଧେଶ୍ୱରୀ କଲୋନିର ରାଜେନ୍ଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ ବିବାହ କରିବା ପାଇଁ କହିଥିଲେ। ବିବାହର ମାସକ ପରେ ମହିଳାଙ୍କ ସମସ୍ତ ସମ୍ପତ୍ତିକୁ ନିଜ ନାମରେ କରିନେଇଥିଲା। ଏପରିକି ରାଜେଶଙ୍କର ଏକାଧିକ ମହିଳାଙ୍କ ସହ ସମ୍ପର୍କ ଥିବା ସେ ଜାଣିପାରିଥିଲେ।  ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏନେଇ ମହିଳା ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗ!

ଭୁବନେଶ୍ୱର : ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ହରିହର ଛାତ୍ରାବାସରେ ରହୁଥିବା ଆଇଏମ୍‌ବିଏ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ର‍୍ୟାଗିଂ ହୋଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁରର ଏହି ଛାତ୍ର ଜଣଙ୍କୁ ଦ୍ୱିତୀୟ ବର୍ଷର ୪/୫ ଜଣ ଛାତ୍ର ମାଡ଼ ମାରିବା ସହିତ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିବା  କୁହାଯାଉଛି। ର‍୍ୟାଗିଂ ଯୋଗୁ ସେ ଅଚେତ ହୋଇ ପଡ଼ିଥିଲେ। ଏପରିକି ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ତେବେ ଏ ନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ କୌଣିସ ସୂଚନା ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe