ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଜାରି

ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମିରେ ଗତ ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ଆଧାରରେ ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ତନାଘନା ଆରମ୍ଭ ହୋଇଛି।

8a6b8957-0467-4fe4-93b2-b363e421df9b

Crime branch at Gopalpur sea beach Photograph: (sambad.in)

ବ୍ରହ୍ମପୁର: ବହୁଚର୍ଚ୍ଚିତ ଗୋପାଳପୁର ବେଳାଭୂମିରେ ଗତ ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ଆଧାରରେ ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ତନାଘନା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ କୋର୍ଟ ପରିସରରେ ୬ ସାବାଳକ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିଲା। ଆଜି ଘଟଣାସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳ କେଉଁଠି ବସିଥିଲେ ଏବଂ ଯୁବତୀଙ୍କ ସହ କେଉଁଠି ଗଣଦୁଷ୍କର୍ମ ହୋଇଥିଲା ଏହାର ଯାଞ୍ଚ କରିଛନ୍ତି ଟିମ୍। ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇ 'ରେଡ୍‌ ଫ୍ଲାଗ୍' ମାମଲା ଭାବେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସରକାର। ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ଗୋପାଳପୁର ବେଳାଭୂମିରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। 
  

ପୂର୍ବ ସରକାର ପାନ୍ଥନିବାସ ପଛପଟ ସମୁଦ୍ର ବେଳାଭୂମିରେ କିଛିବର୍ଷ ପୂର୍ବରୁ ବ୍ଲୁ-ଫ୍ଲାଗ ବିଚ୍‌ ଓ ବିଚ୍‌ ସାକ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବେଳାଭୂମିରେ ଏହି ୪ଟି କ୍ୟାବିନ ନିର୍ମାଣ କରାଯାଇଥିଲା। ଏଭଳି ନିଛାଟିଆ ସ୍ଥାନରେ ଯୁବତୀଙ୍କ ସହ ପାଶବିକ ଅତ୍ୟାଚାର କରିଥିଲେ ସମୁଦ୍ରକୂଳର ସଇତାନ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନକୁ ଧରି ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନା। ତୁରନ୍ତ ଏହି କ୍ୟାବିନ ଉଚ୍ଛେଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ସହ କ୍ରାଇମସିନ୍‌ ବୁଲି ଦେଖିଛନ୍ତି ବ୍ରହ୍ମପୁର ଏସ୍‌ପି, ଉପଜିଲ୍ଲାପାଳ ଓ କନିଷି ତହସିଲଦାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ। 

ଏହି ଖବର ପଢ଼ନ୍ତୁ: ଗୋପାଳପୁର ଗଣଦୁଷ୍କର୍ମ ମାମଲା: ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ
 
ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଭଳି ଅପରାଧକୁ ରେଡ୍‌ ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରାଯାଏ। ଗୋପାଳପୁର ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାରେ ତ୍ୱରିତ ତଦନ୍ତ ପାଇଁ ଆଇଜି ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ। କ୍ରାଇମବ୍ରାଞ୍ଚ ସିଆଇଡି ଅଧିନରେ ଥିବା ମହିଳା ଓ ଶିଶୁ ଅପରାଧ ନିରୋଧୀ ଶାଖାକୁ ଏହି ତଦନ୍ତ ଭାର ଦିଆଯାଇଛି। ପୀଡ଼ିତାଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସ୍ୱାଭିମାନକୁ ସୁନିଶ୍ଚିତ କରିବା ଏହି ବିଭାଗର ମୂଳ ଉଦ୍ଦେଶ୍ୟ।

Crime | ganjam 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe